www.samajalive.in
Saturday, December 6, 2025
17.1 C
Bhubaneswar

‘କରୋନା’: ସହାୟତା ପାଇଁ ମୋଦୀଙ୍କ ଚିଠି ପରେ ଧନ୍ୟବାଦ ଜଣାଇଲା ଚୀନ

ନୂଆଦିଲ୍ଲୀ: ‘କରୋନା’ ଭୂତାଣୁ ଚୀନର ନିଦ ହଜାଇ ଦେଇଛି। ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢୁଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଆକାଶଛୁଆଁ ହେଉଛି। ଚୀନରେ ମହାମାରୀ ରୂପ ନେଇଥିବା କରୋନାର ମୁକାବିଲା କ୍ଷେତ୍ରରେ ସହାୟତା ପାଇଁ ଭାରତ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ରାଷ୍ଟ୍ରପତି ଶି’ ଜିନ୍‌ପିଙ୍ଗଙ୍କୁ ଚିଠି ଲେଖିଥିଲେ। ଏହାର ଉତ୍ତରରେ ଚୀନ ଭାରତକୁ ଧନ୍ୟବାଦ ଜଣାଇଛି। ମୋଦୀଙ୍କ ଏହି ପଦକ୍ଷେପ ଭାରତ-ଚୀନର ଘନିଷ୍ଠ ବନ୍ଧୁତ୍ଵର ପ୍ରତୀକ ବୋଲି ଜିନ୍‌ପିଙ୍ଗ କହିଛନ୍ତି।

ଚୀନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, କରୋନା ଭାଇରସକୁ ନେଇ ଭାରତ ପକ୍ଷରୁ ସହାୟତା ନେଇ କୁହାଯାଇଛି। ଏଥିପାଇଁ ଆମେ ଧନ୍ୟବାଦ ଜଣାଉଛୁ। ଭାରତର ଏଭଳି ପଦକ୍ଷେପ ଚୀନ ସହିତ ଏହାର ଗଭୀର ସମ୍ପର୍କକୁ ଦର୍ଶାଉଛି। ଆମେ ଭାରତ ଏବଂ ବିଶ୍ଵର ସମସ୍ତ ଦେଶ ସହିତ କରୋନାର ମୁକାବିଲା କ୍ଷେତ୍ରରେ କାମ କରିବାକୁ ପ୍ରସ୍ତୁତ ଅଛୁ।

- Advertisement -

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଚୀନ ରାଷ୍ଟ୍ରପତିଙ୍କୁ ଗତ ରବିବାର ଚିଠି ଲେଖିଥିଲେ। କରୋନା ଭାଇରସ ଯୋଗୁ ଚୀନର ହୋଇଥିବା କ୍ଷତିକୁ ନେଇ ମୋଦୀ ଦୁଃଖ ପ୍ରକାଶ କରିବା ସହିତ ଭାରତ ପକ୍ଷରୁ ଯେକୌଣସି ପ୍ରକାର ସହାୟତା ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ସହିତ ଚୀନର ହୁବେଇ ପ୍ରଦେଶରୁ ଭାରତୀୟ ନାଗରିକମାନଙ୍କୁ ଭାରତ ପଠାଇବାରେ ଚୀନ ସରକାରଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ମୋଦୀ ପ୍ରଶଂସା କରିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories