ଚୀନ : ୧୧ ମହିଳାଙ୍କୁ ବଳାତ୍କାର ଓ ହତ୍ୟା ମାମଲା ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ

0

ବେଜିଂ : ଚୀନର ଏକ ଅଦାଲତ ୧୧ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ଶୁକ୍ରବାର ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ଅନୁସାରେ ଗାଓ ଚୋଙ୍ଗୟୋଙ୍ଗ (୫୩) ନାମକ ଜଣେ ବ୍ୟକ୍ତି ୧୯୯୮ ମଇରୁ ୨୦୦୨ ଫେବୃଆରୀ ମଧ୍ୟରେ ଗାନ୍ସୁ ପ୍ରାନ୍ତ ଓ ମଙ୍ଗୋଲିୟାରେ ୧୧ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରିଥିଲେ । ବଳାତ୍କାର ପରେ ଅପରାଧକୁ ଲୁଚାଇବା ପାଇଁ ସେ ମହିଳାଙ୍କୁ ହତ୍ୟା କରିଥିଲା ବୋଲି ସ୍ୱୀକାର କରିଛି । ପୁଲିସ୍‌ ୨୮ ବର୍ଷର ଅନୁସନ୍ଧାନ ପରେ ଗାଓ ଚୋଙ୍ଗୟୋଙ୍ଗକୁ ଧରିବାରେ ସଫଳ ହୋଇଥିଲା । ମହିଳାଙ୍କୁ ବଳାତ୍କାର କରିବା ପରେ ସେ ତାଙ୍କ ଦେହର ବିଭିନ୍ନ ଅଂଶକୁ କାଟି ହତ୍ୟା କରୁଥିଲା । ଏହାକୁ ଲୁଟ୍‌ ଜନିତ ହତ୍ୟାକାଣ୍ଡର ରୂପ ଦେବା ପାଇଁ ମହିଳାଙ୍କ ଅଳଙ୍କାର ଓ ପାଖରେ ଥିବା ଟଙ୍କା ଲୁଟି ନେଉଥିଲା ।

Leave A Reply