www.samajalive.in
Tuesday, December 9, 2025
15.1 C
Bhubaneswar

ଗଲୱାନ ସୀମାକୁ ମଲ୍ଲଯୋଦ୍ଧା ପଠାଇଥିଲା ଚୀନ

ବେଜିଂ : ଲଦାଖର ଗଲୱାନ ଉପତ୍ୟକାରେ ହୋଇଥିବା ସଂଘର୍ଷ ଚୀନର ସୁପରିକଳ୍ପିତ ଓ ଯୋଜନାବଦ୍ଧ ବୋଲି ଭାରତ ଯେଉଁ ଅଭିଯୋଗ କରିଆସୁଛି ତାହା ସତ୍ୟ ପ୍ରମାଣିତ ହୋଇଛି। କାରଣ ଚୀନ ନିଜର ଏହି ଯୋଜନା ସମ୍ପର୍କରେ ସ୍ବୀକାର କରିଛି। ଯାହାର ରିପୋର୍ଟ ଚୀନ ନ୍ୟାସନାଲ ଡିଫେନ୍ସ ନ୍ୟୁଜରେ ପ୍ରକାଶ ପାଇଛି। ଚୀନ ସେନାର ସରକାରୀ ରିପୋର୍ଟକୁ ପ୍ରକାଶ କରୁଥିବା ଚୀନ ନ୍ୟାସନାଲ ଡିଫେନ୍ସର ରିପୋର୍ଟ ଅନୁଯାୟୀ ଗଲୱାନ ସଂଘର୍ଷ ପୂର୍ବରୁ ଚୀନ ଏହାର ସାମରିକ କ୍ରୀଡାବିତ୍‌ ବା ମଲ୍ଲଯୋଦ୍ଧା (ମାର୍ଶାଲ ଆର୍ଟିଷ୍ଟ)ଙ୍କୁ ସୀମାକୁ ପଠାଇଥିଲା। ଚୀନର ବିଭିନ୍ନ ସାମରିକ କଳା କ୍ଲବର ସଦସ୍ୟ, ଅଲିମ୍ପିକ ମଶାଲ ରିଲେରେ ସାମିଲ ସଦସ୍ୟ ଓ ପର୍ବତାରୋହୀଙ୍କୁ ସୀମାକୁ ପଠାଯିବାର ବ୍ୟବସ୍ଥା କରାଯାଇଥିଲା। ଏଲଏସିରେ ସୀମାରେ ଗୁଳିଗୋଳା ପ୍ରୟୋଗ ଉପରେ କଟକଣା ଥିବାରୁ ଭାରତ ସେନାକୁ ଖାଲି ହାତରେ ମୁକାବିଲା କରିବା ଚୀନ ସେନା ପକ୍ଷେ କଷ୍ଟକର ଥିଲା। ତେଣୁ ଭାରତ ସେନାକୁ ମୁକାବିଲା ଲାଗି ଚୀନ ଏହାର ମଲ୍ଲଯୋଦ୍ଧାଙ୍କୁ ସୀମାକୁ ପଠାଇଥିଲା। ସୀମା ବିବାଦକୁ ନେଇ ଏହି ସାମରିକ କ୍ରୀଡାବିତମାନଙ୍କୁ ସ୍ବତନ୍ତ୍ର ଭାବେ ନିଯୁକ୍ତି ଦିଆଯିବ ସହ ଏମାନଙ୍କୁ ନେଇ ୫ଟି ଡିଭିଜନ ଗଠନ କରାଯାଇଛି। ତିବ୍‌ବତରେ ଦେଖାଯାଇଥିବା ଅସ୍ଥିରତାକୁ ନିୟନ୍ତ୍ରଣ ଓ ସୀମାରେ ଶକ୍ତି ବୃଦ୍ଧି ଲାଗି ଏହି ନୂଆ ନିଯୁକ୍ତି ଦିଆଯାଇଛି। ଜୁନ୍‌ ୧୫ ତାରିଖରେ ଏନବୋ ଫାଇଟ କ୍ଲବର ମାର୍ଶାଲ ଆର୍ଟିଷ୍ଟଙ୍କୁ ଗଲୱାନ ଉପତ୍ୟକାକୁ ପଠାଯାଇଥିଲା। ତିବ୍‌ବତ କମାଣ୍ଡର ୱାଙ୍ଗ ହାଇଜିଆଙ୍ଗ କହିଛନ୍ତି ଯେ ଏହି ମଲ୍ଲଯୋଦ୍ଧାଙ୍କର ରାପିଡ ରେସପନ୍ସ ଓ ସପୋର୍ଟ ଆବିଲିଟ୍‌ ଚୀନ ସୈନିକଙ୍କ ଠାରୁ ଅଧିକ। ୧୫ ତାରିଖ ରାତିରେ ଭାରତ ସୈନ୍ୟ ସହିତ ଚୀନ ସୈନ୍ୟଙ୍କର ସଂଘର୍ଷ ହୋଇଥିଲା। ଏହି ସଂଘର୍ଷ ପାଇଁ ଉଭୟ ପକ୍ଷ ପରସ୍ପରକୁ ଦୋଷ ଦେଉଛନ୍ତି। ଦୀର୍ଘ ୫୦ବର୍ଷ ପରେ ସୀମାରେ ଏପରି ବଡ ଧରଣର ସଂଘର୍ଷ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories