ବାଧ୍ୟତାମୂଳକ ଶିକ୍ଷା ଓ ଆଇନ ସହାୟତା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝରଗଡ :  କେନ୍ଦୁଝର ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପୁରୁଣାବଜାରସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ଶିଶୁ ମାନଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷା ଓ ଆଇନ ସହାୟତା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଦୌରା ଜଜ୍‌‌ ଚିତ୍ତରଞ୍ଜନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମାନେ ସରକାରଙ୍କ ମାଗଣା ବାଧ୍ୟତାମୂଳକ ଶିକ୍ଷା ଲାଭ କରି ଆଇନ ବିଷୟରେ ସଚେତନ ହେଲେ ଆମ ଦେଶର ଦୁର୍ଗତି ହ୍ରାସ ପାଇବ ବୋଲି କହିଥିଲେ । ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଯୋଗଦେଇ ୬ରୁ ୧୪ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ସରକାରଙ୍କ ମାଗଣା ବାଧ୍ୟତାମୂଳକ ଶିକ୍ଷାଦାନରୁ ଯେଭଳି କୌଣସି ଶିଶୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ରଞ୍ଜୁଲତା ଲେଙ୍କା, ମହିଳା କୋର୍ଟ ବିଚାରପତି ପତଞ୍ଜଳି ସାହୁ, ଉପଖଣ୍ଡୀୟ ବିଚାରପତି ସୁମିତ୍ରା କୁମାରୀ ଦାସ, ପ୍ରଥମଶ୍ରେଣୀ କନିଷ୍ଠ ବିଚାରପତି ଅମ୍ବିକେଶ ପାଣିଗ୍ରାହୀ, ଶିବାନୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

prayash

ପ୍ରାଧିକରଣ ସଚିବ ମାମୀ ବେହେରା ପ୍ରାଧିକରଣର ମୁଖ୍ୟ କାର୍ଯ୍ୟାବଳୀ, ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ଶିକ୍ଷା ଓ ଆଇନ କ୍ଷେତ୍ରରେ ସଚେତନତା ଅତ୍ୟାବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ପ୍ରାଧିକରଣ ସଦସ୍ୟ ତଥା ତଦାଶା ସମ୍ପାଦକ ଅକ୍ଷୟ କୁମାର ଚକ୍ର ସ୍ୱାଗତ ଭାଷଣ ପ୍ରଦାନ ସହ ଶିବିର ପରିଚାଳନା କରିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ମିଶ୍ର ଯୋଗଦେଇ ଶିଶୁ ମାନଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷା ଓ ଆଇନ ସହାୟତା ସମ୍ପର୍କରେ ନିଜସ୍ୱ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଅବସରପାପ୍ତ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ତଥା ପାରାଆଇନ ସ୍ୱେଚ୍ଛାସେବୀ କିଶୋର ଚନ୍ଦ୍ର ଦାଶ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାଧିକରଣ କର୍ମୀ ସତ୍ୟରଞ୍ଜନ ଦାଶ, ଦେବବୟତ କୁମାର ଦାଶ, ମାନସ ରଞ୍ଜନ ନାୟକ, ଶିଶିର କୁମାର ସାହୁ, ବିଦ୍ୟାଳୟ ଅଧ୍ୟାପକ ନିତ୍ୟାନନ୍ଦ ନାୟକ, ବିରଞ୍ଚି ନାରାୟଣ ପଟ୍ଟନାୟକ, ଲଳିତ କୁମର ପଟ୍ଟନାୟକ, କୁମକୁମ୍‌‌ ପଟ୍ଟନାୟକ, ମହେନ୍ଦ୍ର ଗିରି, ସୌମ୍ୟ ମହାକୁଡ, ଗୋପାଳ ଚନ୍ଦ୍ର ଗିରି ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

Comments are closed.