www.samajalive.in
Saturday, December 6, 2025
23.1 C
Bhubaneswar

ବୋରଓ୍ବେଲରେ ଖସିପଡିଲା ଶିଶୁ: ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ରେଓ୍ବା ଜିଲ୍ଲାରେ ଅଘଟଣ। ଖେଳୁ ଖେଳୁ ଏକ ଶିଶୁ ୪୦ ଫୁଟ୍ ଗଭୀର ବୋରଓ୍ବେଲରେ ଖସିପଡିଛି। ଶିଶୁଟିର ବୟସ ପାଖାପାଖି ୬ ବର୍ଷ ହେବ। ବୋରଓ୍ବେଲରୁ ଶିଶୁକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ସୂଚନା ମୂତାବକ ଶୁକ୍ରବାର ଗହମ ଅମଳ ପରେ ଏକ ଶିଶୁ ସାଙ୍ଗ ମାନଙ୍କ ସହ ବିଲରେ ଖେଳୁଥିଲା। କିନ୍ତୁ ଅସାବଧାନତା କାରଣରୁ ଶିଶୁଟି ବୋରଓ୍ବେଲ ମଧ୍ୟକୁ ଖସିପଡିଥିଲା। ଏହାଦେଖି ସ୍ଥାନୀୟ ଲୋକ ଶିଶୁଟିକୁ ଉଦ୍ଧାର କରିବାକୁ ବହୁ ଚେଷ୍ଠା କରିଥିଲେ। ହେଲେ ବିଫଳ ହେବା ପରେ ପୁଲିସ ଓ ପ୍ରଶାସନକୁ ଖବର ଦେଇଥିଲେ। ପରେ ୨ଟି ଜେସିବି,  ଏସଡିଆରଏଫ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories