ବାଲେଶ୍ବର : ପୋଲିଓ ନେବାର ୧୦ ଘଣ୍ଟା ପରେ ଦେଢ ବର୍ଷ ଶିଶୁପୁତ୍ରର ମୁତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ବାଲେଶ୍ବର ଜିଲା ଖଇରା ଥାନାରେ ଏକ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ, ଖଇରା ଥାନା ରଇନ୍ତରା ଗ୍ରାମର ରତ୍ନାକର ଷଣ୍ଢଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ଦେଢବର୍ଷର ଶିଶୁପୁତ୍ରକୁ ପୋଲିଓ ଦେବାକୁ ରଇନ୍ତରା ପ୍ରାଥମିକ ବିଦ୍ୟାଳୟକୁ ବୁଧବାର ଦିନ ୧୦ଟାରେ ନେଇଥିଲେ। ପୋଲିଓ ନେବା ପରେ ରାତି ପ୍ରାୟ ୧୨ଟାରେ ଶିଶୁଟି ହଠାତ୍ ଗୁରୁତର ହୋଇ ପଡିଥିଲା। ପରିବାର ଲୋକେ ତୁରନ୍ତ ଶିଶୁଟିକୁ ଖଇରା ଡାକ୍ତରଖାନାକୁ ଆଣିଥିଲେ। ହେଲେ ଡାକ୍ତର ଶିଶୁଟିକୁ ମୁତ୍ୟୁ ଘୋଷଣା କରିଥିଲେ। ଏନେଇ ରତ୍ନାକର ଷଣ୍ଡଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ଥାନାରେ ଅଭିଯୋଗ କରିଛନ୍ତି ।
Popular Categories



