www.samajalive.in
Wednesday, December 10, 2025
18.1 C
Bhubaneswar

ଇମ୍ରାନଙ୍କ ଚିଠିର ଜବାବ ଦେଲେ ମୋଦୀ; ଆତଙ୍କବାଦର ହାତ ଛାଡ଼ିଲେ ଆଲୋଚନା ହେବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ତାଙ୍କ ପାକିସ୍ତାନ ପ୍ରତିପକ୍ଷ ତଥା ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ବିଦେଶ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେଶୀଙ୍କ ଚିଠିର ଜବାବ ଦେଇଛନ୍ତି। ମୋଦୀ ଇମ୍ରାନଙ୍କୁ ଲେଖିଥିବା ଚିଠିରେ ଆତଙ୍କବାଦ ପ୍ରସଙ୍ଗ ଉପରେ ଦର୍ଶାଇଛନ୍ତି। ଦୁଇ ଦେଶ ମଧ୍ୟରେ ଏକ ଅନୁକୂଳ ବାତାବରଣ ସୃଷ୍ଟି ହେବା ପରେ ଆଲୋଚନା କରାଯିବା ଉଚିତ, ଯାହା କେବଳ ଆତଙ୍କବାଦର ରାସ୍ତା ଛାଡ଼ିବା ପରେ ହିଁ ସମ୍ଭବ ବୋଲି ମୋଦୀ ଲେଖିଛନ୍ତି। ତେବେ ଉଭୟ ଦେଶ ମଧ୍ୟରେ କେବେ ଆଲୋଚନା ହେବ ସେନେଇ କୌଣସି ନିଷ୍ପତ୍ତି ସମ୍ପର୍କରେ ଚିଠିରେ ଦର୍ଶାଯାଇ ନାହିଁ। ଭାରତ ନିଜର ସମସ୍ତ ପଡ଼ୋଶୀ ଦେଶ ସହିତ ଭଲ ସମ୍ପର୍କ ଚାହୁଁଛି। ଦେଶରେ ବିକାଶ ପାଇଁ ଶାନ୍ତି ଏବଂ ସ୍ଥିରତା ଜରୁରୀ। ଦେଶବାଦୀଙ୍କ ବିକାଶକୁ ଭାରତ ସର୍ବଦା ପ୍ରାଥମିକା ଦେଇଆସିଛି। ପାକିସ୍ତାନ ଲଗାତାର ଭାରତ ସହିତ ଆଲୋଚନା କରିବାକୁ କହୁଚି। କିନ୍ତୁ ଭାରତର ଆଭିମୁଖ୍ୟ ସ୍ପଷ୍ଟ ରହିଛି। ପାକିସ୍ତାନ ପକ୍ଷରୁ ଯେପର୍ଯ୍ୟନ୍ତ ଆତଙ୍କବାଦ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ, ସେ ପର୍ଯ୍ୟନ୍ତ ଆଲୋଚନା ହୋଇପାରିବ ନାହିଁ ବୋଲି ଚିଠିରେ ଉତ୍ତର ଦିଆଯାଇଛି।

ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ ତାଙ୍କ ପାକିସ୍ତାନ ପ୍ରତିପକ୍ଷ କ୍ୟୁରେଶୀଙ୍କୁ ଅନୁରୂପ ଭାବେ ଉତ୍ତର ଦେଇଛନ୍ତି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories