www.samajalive.in
Saturday, December 6, 2025
15.1 C
Bhubaneswar

ପୋଲିଓ ଟିକା ନେବା ପରେ ଶିଶୁ ମୃତ୍ୟୁ ଅଭିଯୋଗ

କାଲିମେଳା : ମାଲକାନଗିରି ଜିଲ୍ଲା ଏମଭି-୭୯ ଥାନା ଅନ୍ତଗର୍ତ ଟାଙ୍ଗୁରୁକୋଣ୍ଡା ଗ୍ରାମରେ ପୋଲିଓ ଟିକା ନେବା ପରେ ଜଣେ ୨ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଟାଙ୍ଗୁରୁକୋଣ୍ଡା ଗ୍ରାମର ଦାମା ମାଢିଙ୍କର ୨ ମାସ ୧୦ ଦିନର ପୁଅକୁ ଟିକା ଦେବା ନିମନ୍ତେ ଗ୍ରାମର ଅଙ୍ଗନଓ୍ୱାଡ଼ି କେନ୍ଦ୍ରକୁ ନେଇଥିଲେ । ଉକ୍ତ ଅଙ୍ଗନଓ୍ୱାଡ଼ି କେନ୍ଦ୍ର ଦାୟିତ୍ୱରେ ଥିବା ମହିଳା ସ୍ୱାସ୍ଥ୍ୟ କର୍ମୀ ଶିଶୁକୁ ଡିପିଟି, ପେଂଟା, ରୁଟା ଭଳି ପୋଲିଓ ଟିକା ଦେଇଥିଲେ । ଶିଶୁର ବାପାଙ୍କ କହିବା ଅନୁଯାୟୀ ପୁଅକୁ ଟିକା ଦେବାର କିଛି ସମୟ ପରେ ସେ ଅତ୍ୟଧିକ କାନ୍ଦିବା ସହିତ ଅସୁସ୍ଥ ହୋଇପଡିଥିଲା । ପରେ ତାକୁ ଜ୍ୱର ଆସିବାରୁ ଜ୍ୱର ଔଷଧ ଦିଆଯାଇଥିଲା । ତେବେ ଏହାର କିଛି ଘଣ୍ଟା ପରେ ଶିଶୁର ଗୋଡ ଫୁଲିଯାଇ ଥିଲା ଏବଂ ସେ ଗୁରୁତର ଅସୁସ୍ଥ ହୋଇ ପଡିଥିଲା । ପରିବାର ଲୋକ ଶିଶୁକୁ ଧରି ପଡିଆ ମେଡିକାଲ ନେବାକୁ ବାହାରିଥିବା ବେଳେ ଶୁଶୁଟିର ମୃତ୍ୟୁ ହୋଇଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

ଏ ନେଇ ଦାମା ଏମଭି-୭୯ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୁଲିସ କାଲିମେଳା ମେଡିକାଲରେ ବ୍ୟବଚ୍ଛେଦ କରି ଶିଶୁର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହି ଘଟଣାକୁ କେନ୍ଦ୍ର କରି ଆଜି ଜିଲ୍ଲା ଅତିରିକ୍ତ ଚିକିତ୍ସାଧିକାରୀ ଧନଞ୍ଜୟ ମହନ୍ତଙ୍କ ସମେତ ଏକ ମେଡିକାଲ ଟିମ ଉକ୍ତ ଗ୍ରାମକୁ ଯାଇ ଘଟଣାର ଅନୁସନ୍ଧାନ କରିଛନ୍ତି । ତେବେ ଶବ ବ୍ୟବ୍ୟଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟତା ଜଣାପଡିବ ବୋଲି କାଲିମେଳା ଚିକିତ୍ସାଧିକାରୀ ଡା ଅବିଦ ହୁସେନ କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories