ଝଗଡାର ପରିଣତି; ଶିଶୁକୁ ଜାଳି ଦେଲା ମା
ଭୁବନେଶ୍ୱର: ବାପା-ମା’ଙ୍କ ଝଗଡାରେ ବଳି ପଡିଛି ଜଣେ ନିରୀହ ଶିଶୁ । ଏଭଳି ଏକ ଘଟଣା ଭୁବନେଶ୍ୱର ସାଲିଆ ସାହି ଶକ୍ତିବିହାର ବସ୍ତିରେ ଆଜି ଦେଖିବାକୁ ମିଳିଛି । ଏକ ୬ ମାସର ଶିଶୁକନ୍ୟା ଦେହରେ ମା ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଶିଶୁକନ୍ୟା ଶରୀରର ପ୍ରାୟ ୯୦ ପ୍ରତିଶତ ଜଳି ଯାଇଥିବା ଜଣାପଡିଛି । ପ୍ରଥମେ ଶିଶୁକନ୍ୟାଟିକୁ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ଶିଶୁଟିର ସ୍ବାସ୍ଥ୍ୟବସ୍ଥା ସଂକଟାପୂର୍ଣ୍ଣ ରହିଥିବା ସୂଚନା ମିଳିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ମା କୁ ଥାନାରେ ରଖି ପଚରାଉଚରା କରୁଛି । ସେ ମାନସିକ ସନ୍ତୁଳନ ଠିକ୍ ନଥିବା ପୁଲିସ କହିଛି ।