www.samajalive.in
Saturday, December 6, 2025
16.1 C
Bhubaneswar

ଭୀମପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ ; ୪ ଆହାତ 

ଚିକିଟି : ପୂର୍ବ ବିବାଦକୁ କେନ୍ଦ୍ର କରି ଜରଡ଼ା ଥାନା ପାତ୍ରପୁର ବ୍ଳକ ଭୀମପୁର ଗ୍ରାମରେ ଗୁରୁବାର ରାତି ନଅଟା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଥିଲା।ଏହାପରେ ଏହି ଗଣ୍ଡଗୋଳ ଉଗ୍ରରୂପ ଧାରଣା କରିବା ସହ ଖଣ୍ଡା ବାଡ଼ିରେ ଆକ୍ରମଣ ପ୍ରତି ଆକ୍ରମଣ ହେବା ସହ ବୋମା ମାଡ଼ ଘଟି ଥିଲା। ତୁରନ୍ତ ଜରଡ। ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚିବା ପରେ ଏହା ଆୟତ୍ତକୁ ଆସିଥିଲା। ଏହି ଗଣ୍ଡଗୋଳ ଘଟଣାରେ ଆଠ ଜଣ ଆହତ ହୋଇଥିବା ସୂଚନା ମିଳିଛି।ଆହତମାନଙ୍କୁ ପାତ୍ରପୁର ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଜରଡ଼ା ଥାନା ଅଧିକାରୀ ଭବାନନ୍ଦ ପ୍ରଧାନ ପହଞ୍ଚି ତଦନ୍ତ ଆରମ୍ଭ କରିଛିନ୍ତି। ଗୋଷ୍ଠୀ ସଂଘର୍ଷ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ବୋମା ମାଡ଼ ହୋଇଛି କି ନାହିଁ ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଗତ ସାତଦିନ ପୂର୍ବେ ଏହି ଗୋଷ୍ଠୀମଧ୍ୟରେ ମଧ୍ୟ ଗଣ୍ଡଗୋଳ ଘଟିଥିଲା। ତେବେ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories