www.samajalive.in
Saturday, December 6, 2025
23.1 C
Bhubaneswar

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁର ତଦନ୍ତ ଭାର ସିବିଆଇ ହାତକୁ ନେଲା

ପ୍ରୟାଗରାଜ: ଅଖିଳ ଭାରତ ଆଖଡା ପରିଷଦର ମୁଖ୍ୟ ମହେନ୍ଦ୍ର ନରେନ୍ଦ୍ର ଗିରିଙ୍କ ମୃତ୍ୟୁର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ହାତକୁ ନେଇଛି। ପୂର୍ବରୁ ଉତ୍ତର ପ୍ରଦେଶ ସରକାର ମହନ୍ତଙ୍କ ମୃତ୍ୟୁର ତଦନ୍ତ କରିବାକୁ ଏକ ୧୮ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଥିଲେ। ମହେନ୍ଦ୍ର ଗିରି ଏଠାରେ ଥିବା ବାଗମ୍ବରୀ ମଠ ମଧ୍ୟରେ ଆତ୍ମହତ୍ୟା କରିବା ସହିତ ୭ ପୃଷ୍ଠାର ଏକ ହାତଲେଖା ଚିଠି ଛାଡିଯାଇଥିଲେ। ତାଙ୍କ ମୃତ୍ୟୁର ଉପଯୁକ୍ତ ତଦନ୍ତ ଦାବି ଉଠିବା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏଥିପାଇଁ ସିବିଆଇ ତଦନ୍ତ କରାଯିବାକୁ ସୁପାରିଶ କରିଥିଲେ। ସିବିଆଇ ପକ୍ଷରୁ ଏଥିପାଇଁ ପାଞ୍ଚଜଣିଆ ଦଳ ଗଠନ କରାଯାଇଛି। ଏହି ଦଳ ରାଜ୍ୟ ପୁଲିସ ନିକଟରୁ ସମ୍ପୂର୍ଣ୍ଣ ଭାବରେ ତଦନ୍ତ ଦାୟିତ୍ୱ ଗ୍ରହଣ କରିବାକୁ ପ୍ରୟାଗରାଜରେ ଆସି ପହଞ୍ଚିଛନ୍ତି। ରାଜ୍ୟ ପୁଲିସ ପକ୍ଷରୁ କରାଯାଇଥିବା ତଦନ୍ତ କାଳରେ ମହନ୍ତଙ୍କର ଫୋନ କଲଗୁଡିକ ଯାଞ୍ଚ କରାଯାଇଥିଲା। ସେଥିରୁ ସେ ହରିଦ୍ୱାରର କିଛି ନିର୍ଦ୍ଦିଷ୍ଟ ସମ୍ପତ୍ତି ଡିଲରଙ୍କ ସହିତ ଏକାଧିକ ଥର ଫୋନରେ କଥା ହୋଇଥିବା ଜଣାଯାଇଛି। ବାଗମ୍ବରୀ ମଠର ହରିଦ୍ୱାରରେ ବିପୁଳ ସମ୍ପତ୍ତି ରହିଥିବା ଜଣାଯାଇଛି। ରାଜ୍ୟ ପୁଲିସର ତଦନ୍ତକାରୀ ଦଳ ସମ୍ପତ୍ତି ଡିଲରଙ୍କ ସମେତ ୧୮ ଜଣଙ୍କୁ ପଚରା ଉଚରା ପାଇଁ ଡକାଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories