www.samajalive.in
Saturday, December 6, 2025
26.1 C
Bhubaneswar

ଦିଗପହଣ୍ଡିରେ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ

ଚିକିଟି: ଦିଗପହଣ୍ଡି ବ୍ଲକ ପୁଞ୍ଜିକଇଆଁ ଛକ ନିକଟସ୍ଥ ସରକାରୀ ମତ୍ସ୍ୟ ଜାଆଁଳ କେନ୍ଦ୍ର ପରିସରରେ ଆଜି ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ ହୋଇଯାଇଛି। କାର୍ପ ଜାତୀୟ ମାଛଙ୍କ ପ୍ରଣୋଦିତ ପ୍ରଜନନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ବିଶିଷ୍ଟ ମତ୍ସ୍ୟ ବୈଜ୍ଞାନିକ ଡଃ କେ.ଏଚ. ଆଲିକୁନି ଓ ଡଃ ହିରାଲାଲ ଚୌଧୁରୀଙ୍କୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ଦିବସଟିକୁ ଜାତୀୟ ମତ୍ସ୍ୟ ଚାଷୀ ଦିବସ ଭାବେ ପାଳନ କରାଯାଇଛି। ମସ୍ୟ ଉତ୍ପାଦନକୁ ବୃଦ୍ଧି କରିବା ପଛରେ ଜଡିତ ଥିବା ମାଛ ଚାଷୀ ଓ ମସ୍ୟ ଉଦ୍ୟୋଗୀମାନଙ୍କ ଅବଦାନକୁ ମଧ୍ୟ ଏହି ଦିନ ପ୍ରୋତ୍ସାହିତ କରାଯାଏ। ଏହି କ୍ରମରେ ଦିଗପହଣ୍ଡି ବ୍ଲକ ପୁଞ୍ଜିକଣ୍ଢା ଛକ ନିକଟସ୍ଥ ସରକାରୀ ମତ୍ସ୍ୟ ଜାଆଁଳ କେନ୍ଦ୍ର ପରିସରରେ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ ହୋଇଯାଇ ଚଳିତ ବର୍ଷ ମୋ ପୋଖରୀ ଯୋଜନା ମାଧ୍ୟମରେ ନୂତନ ପୋଖରୀ ଖୋଳିଥିବା ମାଛ ଚାଷୀଙ୍କୁ ବ୍ଳକ ମତ୍ସ୍ୟ ବିଭାଗ ତରଫରୁ ସମ୍ମାନିତ କରାଯାଇଥିଲା।

ଗ୍ରାମାଞ୍ଚଳରେ ମାଛ ଚାଷର ରୂପାନ୍ତରୀକରଣର ଉଦ୍ଦେଶ୍ୟ ନେଇ କୋଭିଡ କଟକଣା ପାଳନ ସହ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଲକ ଉନ୍ନୟନ ଅଧୁକାରୀ ହଳଧର ଶବର, ଦିଗପହଣ୍ଡି କୃଷି ଜିଲ୍ଲା ଅଧୁକାରୀ ଆନନ୍ଦ ସାସମଲ, ବ୍ଲକ କୃଷି ଅଧୁକାରୀ ପଦାରବିନ୍ଦ ସାହୁ, ବ୍ଲକ ପ୍ରାଣୀଧନ ଅଧୁକାରୀ ଡଃ ଆଶିଷ ଦୋର, ଜିପିଇଓ ଉମେଶ ସେଠୀ, ଜୟଭଦ୍ର ମହାରଣା, ସନ୍ତୋଷ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଦିଗପହଣ୍ଡି ସହକାରୀ ମତ୍ସ୍ୟ ଅଧୁକାରୀ ନିଖୁଲ କୁମାର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories