www.samajalive.in
Monday, December 8, 2025
16.1 C
Bhubaneswar

କୋଭିଡ୍‌ ଟୀକାକରଣକୁ ଏକ ଜନ-ଅଭିଯାନର ରୂପ ଦେବାକୁ ଓଡ଼ିଶା ପୂର୍ଣ୍ଣ ପ୍ରସ୍ତୁତ :ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: କୋଭିଡ୍‌ ପରିଚାଳନା ଓ ପ୍ରଶମନ କ୍ଷେତ୍ରରେ ନିତି ଆୟୋଗ ସାବାସୀ ପାଇବା ପରେ ବର୍ତ୍ତମାନ ଓଡ଼ିଶା ଜାତୀୟ ସ୍ତରରେ କୋଭିଡ୍‌ ଟୀକାକରଣ ପ୍ରସ୍ତୁତିରେ ଏକ ପ୍ରଶଂସନୀୟ ସ୍ଥିତି ହାସଲ କରିଛି। ଆଜି କ୍ୟାବିନେଟ୍‌ ସଚିବ ରାଜୀବ ଗୋଉବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି। ଜାତୀୟ ଟୀକାକରଣ ଗାଇଡ୍‌ଲାଇନ୍‌ର ସମସ୍ତ ପରିମାପକରେ ଓଡ଼ିଶା ଆଗୁଆ ରହିଛି। ରାଜ୍ୟର ଟୀକାକରଣ ପ୍ରସ୍ତୁତି ବିଷୟରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ ଓଡ଼ିଶା ଟୀକାକରଣ ଅଗ୍ରାଧିକାର ତାଲିକା ଏବଂ ବହୁସ୍ତରୀୟ ସମନ୍ୱିତ କାର୍ଯ୍ୟପନ୍ଥା ସହ ପୂର୍ଣ୍ଣ ପ୍ରସ୍ତୁତ ଅଛି। ଜନସାଧାରଣଙ୍କୁ ସଠିକ୍‌ ଏବଂ ନିର୍ଭରଯୋଗ୍ୟ ସୂଚନା ପ୍ରଦାନର ମଧ୍ୟ ବ୍ୟବସ୍ଥା କରାଯାଇଛି। ଭାରତ ସରକାରଙ୍କ ପରବର୍ତ୍ତୀ ଗାଇଡ୍‌ଲାଇନ୍‌ ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ। ନେତୃସ୍ଥାନୀୟ ବ୍ୟକ୍ତି, ପଞ୍ଚାୟତିରାଜ ପ୍ରତିନିଧି ଏବଂ ସେ୍ୱଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସାମିଲ କରି କୋଭିଡ୍‌ ଟୀକାକରଣକୁ ଏକ ଜନ-ଅଭିଯାନର ରୂପ ଦିଆଯିବ ବୋଲି ଶ୍ରୀ ତି୍ରପାଠୀ କହିଥିଲେ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ଜଣାଇଥିଲେ ଯେ ଇତି ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ଷ୍ଟିଅରିଂ କମିଟି ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇ ଟୀକାକରଣ କାର୍ଯ୍ୟପଦ୍ଧତି ନିର୍ଦ୍ଧାରଣ କରାଯାଇଛି। ଜିଲାପାଳମାନଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟିଗୁଡ଼ିକର ବୈଠକ ମଧ୍ୟ ଅନୁଷ୍ଠିତ ହୋଇସାରିଛି। ବ୍ଲକ୍‌ ସ୍ତରରେ ବିଡିଓମାନଙ୍କ ଅଧ୍ୟକ୍ଷତାରେ ବ୍ଲକ୍‌ ଟାସ୍କ ଫୋର୍ସ କମିଟି ଗଠନ କରାଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ଜଣାଇଥିଲେ ଯେ ରାଜ୍ୟ, ଜିଲ୍ଲା ଏବଂ ବ୍ଲକ୍‌ସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଟେଲିଫୋନ୍‌, ଇଣ୍ଟରନେଟ୍‌ ସଂଯୋଗ ସହ କମ୍ପୁ୍ୟଟର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ବହୁମୁଖୀ-ସମନ୍ୱୟ ନିମନ୍ତେ ସେ୍ୱଚ୍ଛାସେବୀ ଅନୁଷ୍ଠାନ, ଏନ୍‌ସିସି ୟୁନିଟ୍‌ମାନଙ୍କ ସହ ଯୋଗାଯୋଗ ସ୍ଥାପନ କରାଯାଇଛି।
ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଶନ ନିର୍ଦେଶକ ଶାଳିନୀ ପଣ୍ଡିତ ଜଣାଇଥିଲେ ଯେ ଟୀକାକରଣ ପାଇଁ ପ୍ରଥମ ପର୍ଯ୍ୟାୟ ଅଗ୍ରାଧିକାର ଗ୍ରୁପ୍‌ର ତାଲିକା ପ୍ରସ୍ତୁତ କରି ଭାରତ ସରକାରଙ୍କ କୋ-ଉଇନ୍‌ େୱବ୍‌ ପୋର୍ଟାଲ୍‌ରେ ଅପ୍‌ଲୋଡ଼୍‌ କରାଯାଇଛି। ଏଥିରେ ପ୍ରାୟ ୩.୨ ଲକ୍ଷ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ଅନୁଷ୍ଠାନର ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଆଗଧାଡ଼ି କର୍ମକର୍ତ୍ତାମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ୮୩୦୦ ଟୀକା ପ୍ରଦାନକାରୀ ଏବଂ ୩୦,୦୦୦ ଟୀକା ବିତରଣ କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି। ଇତି ମଧ୍ୟରେ କୋଲାଚେନ୍‌, ଫ୍ରିଜର, ଟୀକା ସଂରକ୍ଷଣ ସ୍ଥାନ ଆଦିର ତାଲିକା ସରିଛି। ଆବଶ୍ୟକତା ଅନୁସାରେ ଅଧିକ କୁଲର, ଫ୍ରିଜର ଆଦିର ସଂଗ୍ରହ ନିମନ୍ତେ ବ୍ୟବସ୍ଥା କରାଯାଇଛି। ଟୀକାକରଣ ପରେ ସମ୍ଭାବ୍ୟ ଭେଷଜ ପ୍ରତିକ୍ରିୟାର ଉପଯୁକ୍ତ ଚିକିତ୍ସା ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯାଉଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସ୍ୱତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକ, ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଡାକ୍ତର ସି.ବି.କେ. ମହାନ୍ତିଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories