www.samajalive.in
Sunday, December 14, 2025
14.1 C
Bhubaneswar

‘ସ୍କଚ ଆୱାର୍ଡ଼’ ସେମିଫାଇନାଲରେ ସୁନ୍ଦରଗଡ଼, ଜିଲା ପ୍ରଶାସନକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ସୁନ୍ଦରଗଡ଼: ମହାମାରୀ କରୋନା ପୂର୍ବ ଓ ପରବର୍ତ୍ତୀ ସମୟରେ ସୁନ୍ଦରଗଡ଼ ଜିଲା ପ୍ରଶାସନ ଓ ଜିଲା ଖଣିଜ ପ୍ରତିଷ୍ଠାନ ବିକାଶ କ୍ଷେତ୍ରରେ ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ଚଳାଇ ଲୋକଙ୍କୁ ଥଇଥାନ କରିବା ସହ ସେମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିକୁ ଦୃଢ଼ିଭୂତ କରିବାରେ ସକ୍ଷମ ହୋଇଛି। ପରୋକ୍ଷରେ ସାଧାରଣ ଜନତାଙ୍କ ହିତ ପାଇଁ ପ୍ରଶାସନ ଯେଉଁ ପ୍ରଭାବୀ ପଦକ୍ଷେପ ନେଇଛି ତାହା ସୁଦୂର ପ୍ରସାରୀ ଓ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଅତ୍ୟାଧୁନିକ ପୁର୍ନବାସ କେନ୍ଦ୍ର, ଗର୍ଭାବସ୍ଥାରେ ଯତ୍ନ, ପୁଷ୍ଟିଶସ୍ୟ ମିଶନ ଅଧୀନରେ ମାଣ୍ଡିଆ ଚାଷ, ଶିଶୁଙ୍କୁ କୁପୋଷଣରୁ ମୁକ୍ତ କରିବା ପାଇଁ, ସଡ଼କ ଓ ଯୋଗାଯୋଗ, ମୋବାଇଲ୍‍ ମେଡିକାଲ ୟୁନିଟ୍‍ ଓ ଆମ୍ବୁଲାନ୍ସ, ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ସାଙ୍ଗକୁ ବୃଦ୍ଧାଶ୍ରମ ଓ ମାନସିକ ରୋଗୀଙ୍କ ଯତ୍ନ ପାଇଁ ବ୍ୟବସ୍ଥା, ଅତ୍ୟାଧୁନିକ ପରିମଳ ସେବା ଭଳି ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ ଏଥିରେ ସାମିଲ ରହିଥିବାର ଜଣାପଡ଼ିଛି। ଜାତୀୟସ୍ତରରେ ପରିଚିତ ମର୍ଯ୍ୟାଦା ଜନକ ‘ସ୍କଚ୍‍ ଆୱାର୍ଡ଼’ ପ୍ରତିଯୋଗିତାରେ ସୁନ୍ଦରଗଡ଼ ଜିଲାର ଏହି କାର୍ଯ୍ୟକ୍ରମକୁ ଏକ ସ୍ୱତନ୍ତ୍ର ଉତ୍ସବରେ ସ୍କଚ ଗୃପ ପକ୍ଷରୁ ନିରୀକ୍ଷଣ ଓ ସମୀକ୍ଷା କରାଯାଇ ବିଚାରକ ମଣ୍ଡଳୀ ଦ୍ୱାରା ସ୍କଚ ଆୱାର୍ଡ଼ର ସେମିଫାଇନାଲର ପର୍ଯ୍ୟାୟଭୁକ୍ତ ହୋଇ ଅର୍ଡର ଅପ ମେରିଟ ଲାଭ କରିଛି।


ସ୍କଚ ଗୃପର ଅଧ୍ୟକ୍ଷ ସମୀର କୋଚ୍ଚର ଜିଲାପାଳ ନିଖିଲ ପବନ କଲ୍ୟାଣଙ୍କ ନେତୃତ୍ତ୍ୱରେ ଜିଲା ପ୍ରଶାସନ ଓ ଖଣିଜ ପ୍ରତିଷ୍ଠାନ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇଛି ବୋଲି ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏ ଅବସରରେ ଜିଲା ପ୍ରଶାସନକୁ ଶୁଭେଚ୍ଛ ଜଣାଇଛନ୍ତି। ଅପରପକ୍ଷରେ ଜିଲାପାଳ ନିଖିଲ ପବନ କଲ୍ୟାଣ ଆଗାମୀ ଦିନରେ ଏହି ପୁରସ୍କାର ଆମକୁ ଉତ୍ସାହିତ କରିବ ବୋଲି ମତ ଦେଇଛନ୍ତି। ସୂଚନା ଯୋଗ୍ୟ, ସ୍କଚର ୭୦ତମ ସମ୍ମିଳନୀ ଓ ଭର୍ଚୁଆଲ ପ୍ରଦର୍ଶନୀରେ ସାରା ଦେଶରୁ ୧ ହଜାରରୁ ଅଧିକ ବିଶେଷଜ୍ଞ ତଥା ପ୍ରତିନିଧି ଯୋଗ ଦେଇଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories