ଟ୍ବିଟରରେ ନବୀନଙ୍କ ଫଲୋଅରଙ୍କ ସଂଖ୍ୟା ଟପିଲା ୩ ନିୟୁତ
ଟ୍ବିଟରରେ ନବୀନଙ୍କ ଫଲୋଅରଙ୍କ ସଂଖ୍ୟା ଟପିଲା ୩ ନିୟୁତ
ଭୁବନେଶ୍ବର: ଲୋକପ୍ରିୟତା କ୍ଷେତ୍ରରେ ନବୀନ ପଟ୍ଟନାୟକ ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି । ନିକଟରେ ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ନବୀନ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବୋଲି ଲୋକମାନେ କହିଛନ୍ତି । ତେବେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ଼ିଜିଟାଲ ଯାତ୍ରାରେ ଆଉ ଏକ ପାହାଚ ଅତିକ୍ରମ କରିଛନ୍ତି । ରାଜ୍ୟର ପ୍ରଥମ ରାଜନେତା ଭାବରେ ଟ୍ବିଟରରେ ତାଙ୍କର ଫଲୋଅର୍ସ ସଂଖ୍ୟା ୩ ନିୟୁତ ଅତିକ୍ରମ କରିଛି ।
Humbled by the love and affection received during this wonderful digital journey on Twitter. Thank you all. #JaiJagannath pic.twitter.com/Z3T47O1Tz4
— Naveen Patnaik (@Naveen_Odisha) January 21, 2021
ଟ୍ବିଟରରେ ତାଙ୍କର ଫଲୋଅର୍ସ ସଂଖ୍ୟା ୩ ନିୟୁତ ଅତିକ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ଏକ ‘ଚମତ୍କାର ଡ଼ିଜିଟାଲ ଯାତ୍ରା’ ବୋଲି ଉଲ୍ଲେଖ କରିଛନ୍ତି । ଏଥିପାଇଁ ସେ ତାଙ୍କର ସମସ୍ତ ଫଲୋଅରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜ ଟ୍ବିଟର ହ୍ୟାଣ୍ଡଲରେ ମୁଖ୍ୟମନ୍ତ୍ରୀ ନେଇ ସୂଚନା ଦେଇଛନ୍ତି । ଦେଶ ବିଦେଶର ବହୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ଓ ସଙ୍ଗଠନ ଟ୍ବିଟରରେ ନବୀନଙ୍କୁ ଫଲୋ କରୁଛନ୍ତି ।
ଅନ୍ୟପକ୍ଷରେ ନବୀନଙ୍କ ଫଲୋଅର ସଂଖ୍ୟା ୩ ନିୟୁତ ଅତିକ୍ରମ କରିଥିଲେ ହେଁ ସେ ଫଲୋ କରୁଥିବା ବ୍ୟକ୍ତି ଓ ସଙ୍ଗଠନ ସଂଖ୍ୟା ମାତ୍ର ୨୨ । ରାଷ୍ଟ୍ରପତି ଭବନ, ଉପରାଷ୍ଟ୍ରପତି, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ, ପ୍ରଧାନମନ୍ତ୍ରୀ, ବିଜେଡ଼ି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଦଲାଇ ଲାମା, ସୁବ୍ରତ ବାଗଚୀଙ୍କ ପରି କିଛି ନିର୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ଫଲୋ କରୁଥିବା ଦେଖାଯାଇଛି ।
Comments are closed.