ବିଶୃଙ୍ଖଳିତ ଆଚରଣ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ-ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ସମାଜ ଡିଜିଟାଲ ଡେସ୍କ: ଶ୍ରୀମନ୍ଦିର ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଅରବିନ୍ଦ ପାଢୀ । ଆଜି ଦାୟିତ୍ୱ ଗ୍ରହଣ କରିବା ପରେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ନୀତି ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ । ବିଶୃଙ୍ଖଳିତ ଆଚରଣ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହିତ ରଥ ଉପରେ ଅଣ ସେବାୟତ କିଭଳି ଚଢିବେ ନାହିଁ ସେଥିପ୍ରତି ସମସ୍ତ ସେବାୟତଙ୍କ ସହ ଆଲୋଚନା କରାଯିବ । ଆଡପ ମଣ୍ଡପ ପହଣ୍ଡି ବେଳେ ଘଟିଥିବା ଅଘଟଣ କିଭଳି ପୁର୍ନବାର ନହେବ ସେଥିପ୍ରତି ଧ୍ୟାନ ଦିଆଯିବ । ଯେଉଁ ଅଘଟଣ ଘଟିଲା ସେଥିପାଇଁ ପ୍ରଭୁଙ୍କ ନକଟରେ କ୍ଷମା ମାଗୁଛୁ । ଘଟଣାକୁ ନେଇ ଅନୁଧ୍ୟାନ ହେଉଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।

 

Comments are closed.