www.samajalive.in
Saturday, December 6, 2025
15.1 C
Bhubaneswar

ମା’ ପାଇଁ ଜୀବନକୁ ବାଜି ଲଗାଇଦେଲେ ଦୁଇ ନାବାଳକ ପୁଅ

ସମାଜ ଡିଜିଟାଲ ଡେସ୍କ: ମା’ ପାଇଁ ଜୀବନକୁ ବାଜି ଲଗାଇ ଦେଇଛନ୍ତି ଦୁଇ ପୁଅ। ପହଁରା ନ ଜାଣି ବି କେନାଲକୁ ଡେଇଁପଡ଼ି ମା’କୁ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି। ଗୁରୁତର ଅବସ୍ଥା​‌ରେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁଇ ପୁଅଙ୍କ ସାହସିକତାକୁ ଏବେ ସବୁଠି ପ୍ରଶଂସା କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ବାରଙ୍ଗ ଥାନା ଅନ୍ତର୍ଗତ କାନପୁରସ୍ଥିତ ପୁରୀ ମୁଖ୍ୟ କେନାଲରେ ଏହି ଅଘଟଣ ଘଟିଛି। ଶୁକ୍ରବାର ସକାଳ ପ୍ରାୟ ୯ଟାରେ ନନ୍ଦନକାନନ ଥାନା ପଦାସାହି ଅଞ୍ଚଳର ଦୁଇ ଭଉଣୀ ପିଲାମାନଙ୍କୁ ଧରି କାନପୁର ପୁରୀ କେନାଲକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ କେନାଲ ପାଣିରେ ବୁଡ଼ି ଯାଇଥିଲେ। ଏହା ଦେଖି ତାଙ୍କର ଦୁଇ ନାବାଳକ ପୁଅ ମା’କୁ ବଞ୍ଚାଇବାକୁ କେନାଲକୁ ଡେଇଁ ପଡ଼ିଥିଲେ। କିନ୍ତୁ ପହଁରା ଜାଣି ନ ଥିବାରୁ ସେମାନେ ବି ବୁଡ଼ିଯାଉଥିଲେ। ହେଲେ ପାଖରେ ଗାଧୋଉଥିବା ଅନ୍ୟ କେତେଜଣ ଲୋକ ସେମାନଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ପରେ ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories