ଛତିଶଗଡ଼ରେ କଡା ଟକ୍କର – ଆଗରେ ବିଜେପି
![](https://samajalive.in/wp-content/uploads/2023/12/BJP-ahead-750x430.jpg)
ଡେସ୍କ: ଛତିଶଗଡ଼ ବିଧାନସଭା ନିର୍ବାଚନରେ ଭୋଟ ଗଣତି ଚାଲିଛି। ପ୍ରତି ମୁହୂର୍ତ୍ତରେ ଟ୍ରେଣ୍ଡ ବଦଳିବାରେ ଲାଗିଛି। ତେବେ ସେଠାରେ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଚାଲିଛି। ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ବିଜେପି ୨୮ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୨୫ଟି ଆସନରେ ଆଗୁଆ ରହିଛି। ଛତିଶଗଡ଼ରେ ୯୦ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା।
Comments are closed.