www.samajalive.in
Saturday, December 6, 2025
23.1 C
Bhubaneswar

ଜୁଲାଇ ୨୦ରେ ରାଜ୍ୟସ୍ତରୀୟ ସ୍କୁଲ ଚେସ୍‌

କଟକ: ଚଳିତମାସ ୨୦ ହେଉଛି ଆନ୍ତର୍ଜାତିକ ଚେସ୍ ଦିବସ। ଏହା ଉପଲକ୍ଷେ ରାଜ୍ୟର ଅଗ୍ରଣୀ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ଏସ୍.ଆର୍. ଚେସ୍ ସେଣ୍ଟର ସହଯୋଗରେ ଓ ଡି. ୱେଟ୍‌ବେୱର୍ବ ଆନୁକୂଲ୍ୟରେ ୨୦ରେ ଏକ ଦିନିକିଆ ରାଜ୍ୟସ୍ତରୀୟ ସ୍କୁଲ ଚେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହା ତ୍ରିଶୂଳିଆ ଛକରେ ଥିବା ସେରିମୋନିୟମ୍ ମଣ୍ଡପରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ କିମ୍ବା ୨୦୧୦ ଜାନୁଆରୀ ୧ ପରେ ଜନ୍ମ ନେଇଥିବା ଖେଳାଳି ୫୦୦ ଟଙ୍କା ପ୍ରବେଶିକା ଦେୟ ଦେଇ ଭାଗ ନେଇପାରିବେ ବୋଲି ଏସ୍.ଆର୍. ଚେସ୍ ସେଣ୍ଟରର ସଭାପତି ଶୁଭାଶିଷ ପଟ୍ଟନାୟକ ଜଣାଇଛନ୍ତି। ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ। ପ୍ରଥମ ପୁରସ୍କାର ୫୦୦୦, ୨ୟ ପୁରସ୍କାର ୩୦୦୦ ଓ ୩ୟ ପୁରସ୍କାର ୨୦୦୦ ଟଙ୍କା ରଖାଯାଇଛି। ଶ୍ରେଷ୍ଠ ୧୫ ଜଣ ଖେଳାଳିଙ୍କୁ ୨୦ ହଜାର ଟଙ୍କା ଓ ୬୦ଟି ଟ୍ରଫି ପ୍ରଦାନ କରାଯିବ। ୫, ୭, ୯, ୧୧ ଓ ୧୩ ବର୍ଷରୁ କମ୍ ବର୍ଗରେ ଶ୍ରେଷ୍ଠ ୪ ଜଣ ବାଳକ ଓ ୩ ଜଣ ବାଳିକା ଖେଳାଳିଙ୍କୁ ସ୍ବତନ୍ତ୍ର ଟ୍ରଫି ପ୍ରଦାନ କରାଯିବ। ଅଧିକ ଜାଣିବା ପାଇଁ ଏସ୍.ଆର୍. ଚେସ୍ ସେଣ୍ଟରର ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ କିମ୍ବା ଡି. ୱେଟ୍‌ବେୱର୍ବର ନବୀନ କୁମାର ବର୍ମା ଓ ଆଇଫିଆ ଖାଁଙ୍କ ସହ ଯୋଗଯୋଗ କରିବାକୁ କୁହାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories