www.samajalive.in
Saturday, December 6, 2025
16.1 C
Bhubaneswar

ବିଦେଶରୁ ଫେରି କରୋନା ପରୀକ୍ଷଣ ପାଇଁ ଗଲେ ମହିଳା, ଅବସ୍ଥା ଗୁରୁତର ହେଲେ ଆସିବ କହି ଫେରାଇ ଦେଲେ ଡାକ୍ତର

ନୂଆଦିଲ୍ଲୀ: ବିଦେଶରୁ ଫେରିଥିବା ଜଣେ ମହିଳା କରୋନା ପରୀକ୍ଷଣ ପାଇଁ ଯାଇଥିବା ବେଳେ ତାଙ୍କୁ ଡାକ୍ତରଖାନାରୁ ଫେରାଇ ଦେବା ସହ ଅବସ୍ଥା ଗୁରୁତର ହେଲେ ଆସିବାକୁ କୁହାଯାଇଥିବା ଅଭିଯୋଗ ହୋଇଛି। ବୃତ୍ତିରେ ଓକିଲ ଭାବେ କାର୍ଯ୍ୟରତ ଥିବା ଚେନ୍ନାଇର ଗାୟତ୍ରୀ ଖନ୍ଧାଡଇ ନାମ୍ନୀ ଜଣେ ମହିଳା ସାମାଜିକ ଗଣମାଧ୍ୟମ ଜରିଆରେ ଏହି ଅଭିଯୋଗ କରିଛନ୍ତି।

ଗାୟତ୍ରୀଙ୍କ କହିବାନୁସାରେ, ସେ ନିକଟରେ ଦକ୍ଷିଣ ପୂର୍ବ ଏସିଆ ଓ ୟୁରୋପ ଯାତ୍ରା କରି ଫେରିଛନ୍ତି। ତାଙ୍କୁ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିବାରୁ ସେ ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧୀ ଜେନେରାଲ୍‍ ହସ୍ପିଟାଲକୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଯାଇଥିଲେ। ହେଲେ ଡାକ୍ତରଖାନାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ସିଧାସଳଖ ମନା କରିଦିଆ ଯାଇଥିଲା। ଏହା ସହିତ ଯେତେବେଳେ ଲକ୍ଷଣ ଅଧିକ ଗମ୍ଭୀର ହେବ ସେତେବେଳେ ଆସିବାକୁ କୁହାଗଲା। ଏପରିକି ସେ ପରୀକ୍ଷା ପାଇଁ ଟଙ୍କା ଦେବାକୁ ମଧ୍ୟ ପ୍ରସ୍ତୁତ ଥିଲେ କିନ୍ତୁ ହସ୍ପିଟାଲ କର୍ମୀ ନମୁନା ସଂଗ୍ରହ କରିବାକୁ ମନା କରିଦେଇଥିଲେ।

- Advertisement -

ଗାୟତ୍ରୀ ସାମାଜିକ ଗଣମାଧ୍ୟମରେ ଏକ କାଗଜର ଫଟୋ ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ ଡାକ୍ତର ତାଙ୍କ ପାଇଁ ୨ ପ୍ରକାର ଔଷଧ ଲେଖିଛନ୍ତି। କରୋନା ପରୀକ୍ଷଣ ଦାବି କରୁଥିବା ଲୋକଙ୍କୁ ଏଠାରେ ଏହି ଔଷଧ ଦିଆଯାଉଛି। ମହାମାରୀକୁ ନେଇ ରାଜ୍ୟର ଏପରି ମନୋବୃତ୍ତି ଦେଖି ମୁଁ ଚକିତ ବୋଲି ସେ କହିଛନ୍ତି। ଗାୟତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସେ କରୋନା ହେଲ୍ପଲାଇନ୍‍କୁ ଫୋନ୍‍ କରିବା ପରେ ହିଁ ଡାକ୍ତରଖାନା ଯାଇଥିଲେ। ହେଲ୍ପଲାଇନ୍‍ରେ ତାଙ୍କୁ କୁହାଗଲା କି ସେ ତୁରନ୍ତ ଡାକ୍ତରଖାନା ଯାଇ କରୋନା ପରୀକ୍ଷଣ କରାଇ ନିଅନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories