ଭୁବନେଶ୍ୱର : ଭୁବନେଶ୍ୱରର ବିଭିନ୍ନ ଔଷଧ ଦୋକାନରେ ପୁଲିସ ପକ୍ଷରୁ ରବିବାର ଚଢାଉ କରାଯାଉଛି। ଲକ୍ଷ୍ମୀସାଗର ଅଞ୍ଚଳର ବିଭିନ୍ନ ଔଷଧ ଦୋକାନରେ ପୁଲିସ ଚଢାଉ କରିଛି। ଆବଶ୍ୟକ ସାମଗ୍ରୀ ମାସ୍କ, ହ୍ୟାଣ୍ଡ ୱାସ, ସାନିଟାଇଜର ଆଦି ଜିନିଷର କଳାବଜାରି କିମ୍ବା ଚଢା ଦରରେ ବିକ୍ରି କରାଗଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିବା ନେଇ ସୂଚନା ମିଳିଛି। ବାପୁଜୀନଗରର ଔଷଧ ଦୋକାନରେ ମଧ୍ୟ ଚଢାଉ କରାଯାଇଥିବା ଜଣାପଡ଼ିଛି।
Popular Categories



