www.samajalive.in
Saturday, December 6, 2025
23.1 C
Bhubaneswar

ଆଇପିଏଲ ୨୦୨୦: ଆଜିର ମ୍ୟାଚ ଖେଳୁନାହାନ୍ତି ହିଟ୍‌ମ୍ୟାନ ରୋହିତ, ଟସ୍‌ ଜିତି ମୁମ୍ବଇର ବୋଲିଂ ନିଷ୍ପତ୍ତି

ସାରଜା: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଚଳିତ ସଂସ୍କରଣର ଶୁକ୍ରବାର ସାରଜାରେ ୪୧ ତମ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମୁକାବିଲା ହେଉଛି। ସାରଜା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍‌ସ ଟସ୍ ଜିତିଥିଲେ ମଧ୍ୟ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛି। ମୁମ୍ବଇ ଇଣ୍ଡିଆନ୍‌ସର ନିୟମିତ ଅଧିନାୟକ ହିଟ୍‌ମ୍ୟାନ ରୋହିତ ଶର୍ମାଙ୍କ ଆଜିର ମ୍ୟାଚ ଖେଳୁନଥିବା ବେଳେ ଦଳର ଅଧିନାୟକ ଦାୟିତ୍ବ ମିଳିଛି କିରଣ ପୋଲାର୍ଡଙ୍କୁ । ତେବେ ଆଜିର ମ୍ୟାଚ ବିଜୟୀ ହୋଇ ମୁମ୍ବଇ ଇଣ୍ଡିଆନ୍‌ସ ବିଜୟ ସହ ପଏଣ୍ଟ ଟେବୁଲର ଉପରକୁ ଉନ୍ନୀତ ହେବାକୁ ଉଦ୍ୟମ କରିବାବେଳେ ଚେନ୍ନଇ ସୁପରକିଙ୍ଗ୍‌ସ ପ୍ଳେ ଅଫ ଆଶା ବଜାୟ ରଖିବା ପାଇଁ ଶେଷ ସୁଯୋଗ ରହିଛି।ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇ ସୁପରକିଙ୍ଗ୍‌ସ ୧୦ଟି ମ୍ୟାଚରୁ ୩ଟି ବିଜୟ ଓ ୭ଟି ପରାଜୟ ସହ ୬ ପଏଣ୍ଟ ପାଇ ଟେବୁଲର ସର୍ବନିମ୍ନ ସ୍ଥାନ​‌​‌ରେ ରହିଛି। ଦଳର ପ୍ଲେ ଅଫ ଆଶା ନେଇ ଶେଷ ସୁଯୋଗ ରହିଛି। ସେନ୍‌ ୱାଟ୍‌ସନ, ମୁରଲୀ ବିଜୟ, ଅମ୍ବାତି ରାଇଡୁ, କେଦାର ଯାଦବ, ଫ୍ଲାଫ ଡୁପ୍ଲେସି, ଧୋନି, ରବୀନ୍ଦ୍ର ଜାଡେଜା ଓ ସାମ୍‌ କରନଙ୍କ ଭଳି ଖେଳାଳି ରହିଥିଲେ ମଧ୍ୟ ଦଳର ଆଇପିଏଲରେ ଚମକବିହୀନ ପ୍ରଦର୍ଶନ ଦେଖିବାକୁ ମିଳିଛି। ଡୁପ୍ଲେସି ୩୭୫, ସେନ୍ ୱାଟସନ ୨୮୫,ରାଇଡୁ ୨୫୦ ରନ କରିଛନ୍ତି। ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ଓ ବୋଲରଙ୍କ ଉପଯୁକ୍ତ ସହଯୋଗ ନମିଳିବା ଦଳକୁ ଏକାଧିକ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡ଼ିଛି।

ପ୍ରଥମ ରାଉଣ୍ଡ ମ୍ୟାଚରେ ଦଳ ମୁମ୍ବଇ ଇଣ୍ଡିଆନ୍‌ସ କୁ ୫ ୱିକେଟରେ ପରାସ୍ତ କରି ଚମ୍ପିଆନ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଦୟନୀୟ ପ୍ରଦର୍ଶନ କରି ପ୍ଲେ ଅଫ ପାଇଁ ସଂଘର୍ଷ କରୁଛି। ଶେଷ ୪ ମ୍ୟାଚ ଜିତି ପ୍ଲେ ଅଫକୁ ଉନ୍ନୀତ ହେବା ନେଇ ଆଶା ରଖିଛି। ସେହିପରି ରୋହିତ ଶର୍ମାଙ୍କ ନେତୃତ୍ବରେ ପୁର୍ବମ୍ୟାଚ ଗୁଡିକ ଖେଳିଥିବା ମୁମ୍ବଇ ଇଣ୍ଡିଆନ୍‌ସ ୯ଟି ମ୍ୟାଚରୁ ୬ଟି ବିଜୟ ଓ ୩ଟି ପରାଜୟ ସହ ୧୨ ପଏଣ୍ଟ ହାସଲ କରିଛି। ରୋହିତ ଓ କ୍ବାଣ୍ଟେନ ଡିକକ୍‌ଙ୍କ ସମେତ ସୂର୍ଯ୍ୟକୁମାର ଯାଦବ, ଇଶନ କିଷାନ, ହାର୍ଦିକ ପାଣ୍ଡ୍ୟା, କିରନ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟାଙ୍କ ସମେତ ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମ୍‌ରା, ଜେମ୍ସ ପାଟିନ୍‌ସନ ଭଳି ଖେଳାଳି ରହିଛନ୍ତି। ଡିକକ୍‌ ୩୨୨, ରୋହିତ ୨୬୦, ସୂର୍ଯ୍ୟକୁମାର ଯାଦବ ୨୪୩, ପୋଲାର୍ଡ ୨୦୮ରନ କରିବାରେ ସକ୍ଷମ ହୋଇଛନ୍ତି। ବୋଲିଂରେ ବୁମ୍‌ରା ୧୫ଟି,ଟ୍ରେଣ୍ଟ ବୋଲ୍ଟ ୧୨ଟି ଓ ରାହୁଲ ଚହର ୧୧ଟି ୱିକେଟ ନେଇଛନ୍ତି। ବ୍ୟାଟିଂ ଓ ବୋଲିଂରେ ଦଳ ନିକଟରେ ପୂର୍ଣ୍ଣ ଦକ୍ଷତାପ୍ରାପ୍ତ ଖେଳାଳି ରହିଥିବାରୁ ଚେନ୍ନଇ ବିପକ୍ଷରେ ପ୍ରତିଶୋଧ ଲକ୍ଷ୍ୟ ନେଇ ଦଳ ଖେଳିବ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories