www.samajalive.in
Saturday, December 6, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ: ମା’ ସହିତ କେମିତି ବର୍ଷାକୁ ଉପଭୋଗ କରୁଛନ୍ତି ୫ ଚିତା ଛୁଆ

ସମାଜ ଡିଜିଟାଲ ଡେସ୍କ: ବର୍ଷା ଆସିଲେ ଅନେକ ଲୋକ ଆନନ୍ଦିତ ହୁଅନ୍ତି। ବର୍ଷ ଜଳର ସ୍ପର୍ଶକୁ ଅନୁଭବ କରିବା ଲାଗି ବାହାରକୁ ଯାଇ ମଜା ନିଅନ୍ତି। କେବଳ ମଣିଷଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳି ନ ଥାଏ। ପଶୁପକ୍ଷୀଙ୍କ କ୍ଷେତ୍ର​‌ରେ ବି ଏହା ଦେଖିବାକୁ ମିଳେ। ଯାହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ।


ଏହି ଭିଡିଓଟି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନର, ଯେଉଁଠାରେ ୫ଟି ଚିତାବାଘ ଛୁଆ ନିଜ ମା’ ସହିତ ବର୍ଷାକୁ ଉପଭୋଗ କରୁଥିବାର ଦୃଶ୍ୟ ରହିଛି। ବର୍ଷାରେ ଛୁଆମାନେ ଡେଇଁ ଡେଇଁ ପରସ୍ପର ସହିତ ଖେଳକୁଦ କରି ମଜା ନେଉଛନ୍ତି। କିଛି ସମୟ ପରେ ସେମାନଙ୍କ ମା’ ବି ସେଠାରେ ପହଞ୍ଚୁଛି। ମା’ ସହିତ ବି ଛୁଆମାନେ ଖେଳୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ମା’ ଚିତା ବାଘର ନାଁ ହେଉଛି ଜେମିନି। ଦକ୍ଷିଣ ଆଫ୍ରିକୀୟ ଚିତା ଜେମିନି ନିକଟରେ ୫ ଶାବକ ଜନ୍ମ ଦେଇଥିଲା, ଯେଉଁମାନେ ଏବେ ସାମାନ୍ୟ ବଡ଼ ହୋଇଥିବା ଦେଖିବାକୁ ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories