“ଆମ ଓଡିଶା- ନବୀନ ଓଡିଶା ” ବିପୁଳିଙ୍ଗି ପଂଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ପଞ୍ଚାୟତରେ “ଆମ ଓଡିଶା ନବୀନ ଓଡିଶା” ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ବିପୁଳିଙ୍ଗି ସରପଞ୍ଚ ହିନା ସେଠିଙ୍କ ସଭାପତିତ୍ୱ ଏବଂ ଯୁବ ନେତା ସୁରେଶ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଦ୍ୱାରା ଲୋକେ କିଭଳି ସୁବିଧା ପାଇ ପାରୁଛନ୍ତି ସେ ବିଷୟରେ ଲୋକଙ୍କୁ ସଚେତନତା କରିଥିଲେ, ଏହା ସହିତ ବିପୁଳିଙ୍ଗି ପଂଚାୟତରେ ହୋଇଥିବା ବିଭିନ୍ନ ବିକାଶର ଏକ ପୁସ୍ତିକାକୁ ବିଧାୟକ ଶ୍ରୀ ବେହେରା ଉନ୍ମୋଚନ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଷ୍ଟଲ କରାଯିବା ସହ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।
କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟା ଛବିତା ବେହେରା, ବିପୁଳିଙ୍ଗି ସମିତି ସଭ୍ୟା ଗୋଲାପ ପ୍ରଧାନ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମୁନା ଦାସ, ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଛତ୍ରପୁର ବ୍ଲକ ଯୁବ ବିଜେଡି ସଭାପତି ସୁବାସ ଚନ୍ଦ୍ର ନାହାକ, ପୂର୍ବତନ ସମିତିସଭ୍ୟ ଏନ, ଦୁର୍ୟ୍ୟୋଧନ ରେଡ୍ଡୀ ଓ ଜୟଦେବ ଲେଙ୍କା,ସୁନ୍ଦରପୁର ସରପଞ୍ଚ ଗଗନ ବେହେରା, ସମିତି ସଭ୍ୟା ସୁଜ୍ଞାନୀ ସେଠି, ଟାଙ୍ଗଣାପଲ୍ଲୀ ସରପଞ୍ଚ ବି.ସୁଦାମ, ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁ, ଶ୍ରୀରାମଚନ୍ଦ୍ରପୁର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ,ବାଉଲଗାଁ ସମିତି ସଭ୍ୟ ରାମ ପରିଡା, ଯୁବ ନେତା କିଶୋର ବେହେରା, ଅଭିରାମ ପ୍ରଧାନ, କାମରାଜୁ ଖୁଣ୍ଟିଆ, ସୂର୍ଯ୍ୟ ପ୍ରଧାନ, ଲକ୍ଷ୍ମଣ ସେଠି, ହେମନ୍ତ ନାହାକଙ୍କ ସମେତ ବହୁ ଜନପ୍ରତିନିଧି ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ବିଷୟରେ ଲୋକଙ୍କୁ ସଚେତନତା କରିଥିଲେ।
ଏହି ପଚାଂୟତରେ ଆମ ଓଡିଶା ନବୀନ ଓଡିଶାରେ ୧୧ ଟି ପ୍ରକଳ୍ପ ପାଇଁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୨୫୩୭ ପରିବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ୨ ଟି ପ୍ରକଳ୍ପ ପାଇଁ ୮ ଲକ୍ଷ , ୧୫୮୧ ପରିବାର କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ, ୧୧୮୪ ପରିବାର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇ ଭତା ପାଉଛନ୍ତି, ୧୧୦ଟି ମିଶନଶକ୍ତି ଗୋଷ୍ଠୀ ଙ୍କୁ ୫୩୬ . ୫୦ଲକ୍ଷ ଟଙ୍କାର ବିନା ସୁଧରେ ଋଣ,୨୫୩୭ ପରିବାରକୁ ରେସନ କାର୍ଡ, ୫୧୧ ଗର୍ଭବତୀ ମହିଳାଙ୍କୁ ମମତା ସହାୟତା ଆଦି ପଚାଂତରରେ ହୋଇପାରିଛି, ଆଗାମୀ ଦିନରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହେବ ବୋଲି କୁହାଯାଇଛି । ଏହି ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Comments are closed.