www.samajalive.in
Sunday, December 14, 2025
16.1 C
Bhubaneswar

କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରୁ ଚୋରି ସହ ନିଆଁ ଲଗାଇଲେ ଦୁର୍ବୁତ୍ତ: ଜୀବନରୁ ମାରିଦେବାକୁ ଧମକ

ଛତ୍ରପୁର: ଛତ୍ରପୁର ଥାନା ଅଧୀନ ପୁରୁଣା ପୋଷ୍ଟ  ଅଫିସ ସାହିରେ ଥିବା ଏକ ଘରୋଇ କମ୍ୟୁଟର ଶିକ୍ଷାନୁଷ୍ଠାନରୁ ଗତକାଲି ବିଳମ୍ବିତ ରାତ୍ରରେ ଚୋରି କରିବା ସହିତ ନିଆଁ ଲଗାଇଛନ୍ତି ଦୁର୍ବୁତ୍ତ l ଏହାସହ ଜୀବନରୁ ମାରିଦେବାକୁ କାଚ କବାଡ଼ରେ ଲେଖି କରି ଧମକ  ଦେଇଛନ୍ତି । ପୁରୁଣା ପୋଷ୍ଟ ଅଫିସ ସାହି ସ୍ଥିତ ଏଜୁ କେର କମ୍ପ୍ୟୁଟର ଅନୁଷ୍ଠାନରୁ ଗତକାଲି ବିଳମ୍ବିତ ରାତ୍ରରେ ଦୁର୍ବୁତ୍ତମାନେ ପଶି କମ୍ପ୍ୟୁଟର, ଏସି ସମେତ ବହୁ ଆସବାବ ପତ୍ର ନିଆଁ ଲଗାଇ ନଷ୍ଟ କରିବା ସହିତ ହାର୍ଡ ଡିସ୍କ ଭଳି କିଛି ଜିନିଷ ଚୋରି କରିଛନ୍ତି l ଏହା ସହ ଧମକ ଦେଇ ଲେଖିଛନ୍ତି ଯେ  ମୁଁ କେବଳ ତୋ ପାଇଁ ଆସିଛି, ଏତେ ସହଜରେ ମୁଁ ତୋତେ ମାରିବି ନାହିଁ, ତୋତେ ଟର୍ଚ୍ଚର କରି ମାରିବି ବୋଲି କବାଟ ରେ ଲେଖି ଧମକ ଦେଇଛନ୍ତି ଦୁର୍ବୁତ୍ତ l  ଏପରିକି ନିଜକୁ  ଘୋଷ୍ଟ ବୋଲି ଲେଖିଛି ।

ଆଜି ସକାଳୁ ସ୍ଥାନୀୟ ବାସିନ୍ଦା ନିଆଁ ଲାଗିବାର ଦେଖି ଦମକଳ ବାହିନୀକୁ ଜଣାଇଥିଲେ l ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ଅନ୍ୟପଟେ ଛତ୍ରପୁର ଥାନା ପୁଲିସ ପହଞ୍ଚି ତଦନ୍ତ କରିଛି l ତେବେ କିଏ ଏପରି କାଣ୍ଡ ଘଟାଇଛି ଏବଂ କାହିଁକି ଏପରି କରିଛି, କିଛି ବ୍ୟବସାୟୀକ ଶତ୍ରୁ ନା ଆଉ କିଛି କାରଣ ରହିଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories