ଲାଞ୍ଜିଗଡ଼ – ଓଡ଼ିଶାର ଭବାନୀ ପାଟଣାରେ ବେଦାନ୍ତ ଲାଞ୍ଜିଗଡ଼ର ପ୍ରମୁଖ ଦକ୍ଷତା ତାଲିମ କେନ୍ଦ୍ରରେ ୨୧ ତମ ଖାଦ୍ୟ ଏବଂ ପାନୀୟ ତାଲିମ୍ ଗ୍ରହଣ କରିଥିବା ଯୁବକ ଯୁବତୀମାନଙ୍କ ମଧ୍ୟରୁ ୯୩ ପ୍ରତିଶକ ନିଯୁକ୍ତି ପାଇଛନ୍ତି । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ସହିତ ବେଦାନ୍ତ ଲାଞ୍ଜିଗଡ଼ ମିଳିତ ଭାବେ ଏଥିରେ କାର୍ଯ୍ୟ କରୁଥିଲା ।
ସ୍ଥାନୀୟ ଯୁବକମାନଙ୍କୁ ଶିଳ୍ପ ସମ୍ବନ୍ଧିତ ତାଲିମ ଦେବା ସହ, ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବା ଏବଂ ଏହି ଅଞ୍ଚଳରେ ସାମଗ୍ରିକ ବିକାଶରେ ଏହା ସହାୟକ ହେବ ବେଦାନ୍ତଆଲୁମିନାର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି । ତିନି ବର୍ଷ ମଧ୍ୟରେ ଏଥିରେ ୧୨୦୦ରୁ ଅଧିକ ଯୁବକ ଯୁବତୀଙ୍କୁ ତାଲିମ୍ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏ ପର୍ଯ୍ୟନ୍ତ ୭୫୦ର ଅଧିକ ସ୍ଥାନୀୟ ଯୁବ ବର୍ଗ ଏଥିରେ ତାଲିମ୍ ଗ୍ରହଣ କରି ସାରିଛନ୍ତି ।
କଳାହାଣ୍ଡିରେ ଯୁବ ବର୍ଗଙ୍କୁ ଆତ୍ମ ନିର୍ଭରଶୀଳ କରିବା ସହ ନିଯୁକ୍ତି ପାଇବାରେ ଏହା ବେଶ୍ ସହାୟକ ହେବ ।



