www.samajalive.in
Sunday, December 7, 2025
18.1 C
Bhubaneswar

ବିନାଶ୍ରଦ୍ଧାଳୁରେ ହେଲା ସୁନାଦେଇଙ୍କ ଛତର ଯାତ୍ରା

ଖଡିଆଳ/ନୂଆପଡା: କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟ ଅଞ୍ଚଳର ଆଦିବାସୀମାନଙ୍କ ଆରାଧ୍ୟଦେବୀ ମା’ ସୁନାଦେଇଙ୍କ ବୁଏଲ ଛତର ଯାତ୍ରା ଶନିବାର କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କୁମାର ପୂର୍ଣ୍ଣିମାରେ ମା’ ସୁନାଦେଇଙ୍କ ଯାତ୍ରାକୁ ଦେଖିବା ପାଇଁ ଅନ୍ୟ ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଭକ୍ତ ମାନଙ୍କ ସମାଗମ ହୋଇଥିବା ଦେଖିବାକୁ  ମିଳୁଥିଲା, କିନ୍ତୁ ଚଳିତ ବର୍ଷ ପ୍ରଶାସନର କୋଭିଡ କଟକଣା ଏବଂ ପାର୍ବତ୍ୟାଞ୍ଚଳକୁ ଯିବା ସମସ୍ତ ରାସ୍ତାକୁ ସିଲ କରି ଦିଆଯିବାରୁ ସୁନାବେଡା ଅଞ୍ଚଳର ବିନା ଭକ୍ତରେ ଆଜି ଏହି ଯାତ୍ରା ଅନୁଷ୍ଠିତ ହୋଇଛି। ସୁନାବେଡା ଅଭୟାରଣ୍ୟ ସମୁଦ୍ର ପତ୍ତନ ଠାରୁ ସାଢେ ତିନି ହଜାର ଫୁଟ୍‌ ଉଚ୍ଚତା ଉପରେ ରହିଛି। ସୁନାବେଡା ଅଞ୍ଚଳର ଆଦିବାସୀ ମାନଙ୍କ ଇଷ୍ଟଦେବୀ ହେଉଛନ୍ତି ମା’ ସୁନାଦେଇ। ଅଞ୍ଚଳର ୮୪ଟି ଗାଁର ଚକୁଟିଆ ଭୁଞ୍ଜିଆ ଆଦିବାସୀ ସଂପ୍ରଦାୟର ଲୋକମାନେ ମା’ ସୁନାଦେଇଙ୍କୁ ପୂଜାର୍ଚ୍ଚନା  କରିଥାନ୍ତି। ସୁନାଦେଇଙ୍କ ନିର୍ଦ୍ଦେଶ ଅନୁସାରେ ଗାଁର ସକଳ କାମ ଶୁଭାରମ୍ଭ ହୋଇଥାଏ। ସୁନାଦେଇ ଦେବୀଙ୍କ ଯାତ୍ରା ନ ହେବା ଯାଏଁ ସୁନାବେଡା ଅଞ୍ଚଳରେ ଆଦିବାସୀ ଲୋକମାନେ ଜଙ୍ଗଲର କୌଣସି ସାମଗ୍ରୀକୁ ସ୍ପର୍ଶ ମଧ୍ୟ କରନ୍ତି ନାହିଁ। ସୁନାଦେଇଙ୍କ କୁଆଁର ପୂର୍ଣ୍ଣିମା ପରେ ପରେ ଗାଁରେ ବିବାହ କିମ୍ବା ଯାନିଯାତ୍ରା ଠାରୁ ଆରମ୍ଭ କରି ଜଙ୍ଗଲଜାତ ଦ୍ରବ୍ୟ ଗୁଡିକ ମଧ୍ୟ ସଂଗ୍ରହ କରିଥାନ୍ତି।
ଗାଁର ଝାଙ୍କର, ପୂଝାରୀ ଓ ଭକ୍ତ ପ୍ରଥମେ ସୁନାଦେଇଙ୍କ ମନ୍ଦିରକୁ ଆସିଥିଲେ। ପରେ ମା’ଙ୍କ ବଏଲ ଯାତ୍ରା ମନ୍ଦିର ଠାରୁ ଛତରକୁ ବାହାର କରି ପୂଜାର୍ଚ୍ଚନା କରାଯାଇଥିଲା। ପୀଠରେ ପୂଜା ଶେଷ ପରେ ଦେବୀଙ୍କ ଛତର ଧରି ବୁଏଲକୁ ବାହାର କରିଥିଲେ। ସେଠାରେ ମା’ଙ୍କୁ ପୂଜାର୍ଚ୍ଚନା କରିବା ପରେ ଆରମ୍ଭ ହୋଇଯାଇଥିଲା ବୁଏଲ ଯାତ୍ରା। ରକ୍ତ ପୂଜା ପାଇଁ ମା’ ସୁନାଦେଇଙ୍କୁ ନିଆଯାଇଥିଲା ଲିଙ୍ଗଭଟା ଠାରେ ଥିବା ଲିଙ୍ଗ ପାଖକୁ। ଏକ ବିରାଟ ଚଟାଣ ଉପରେ ଛତରକୁ ସ୍ଥାପନା କରି ପୂଜା କରାଯାଇଥିଲା। ପରେ ବରୁଆ ଠାରେ ମା’ ସବାର ହୋଇଥିଲେ। ଲିଙ୍ଗ ଠାରେ ବୋଦା ବଳି ଦିଆଯାଇଥିଲା। ଭକ୍ତମାନେ ସୁନାଦେଇ ଦେବୀଙ୍କ ଛତର ଓ ଶିରାଙ୍କ ଠାରେ ଆଶୀର୍ବାଦ ଭିକ୍ଷା କରିଥିବା ବେଳେ ଭକ୍ତ ମାନେ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ମା’ସୁନାଦେଇଙ୍କ ଠାରେ ପ୍ରାର୍ଥନା କରିଛନ୍ତି। ଏହି ସୁନାଦେଇ ଯାତ୍ରାରେ ନୂଆପଡା, ବଲାଙ୍ଗିର, ବରଗଡ ଜିଲା ସମେତ ପଡୋଶୀ ଛତିଶଗଡ ରାଜ୍ୟରୁ ବହୁ ଭକ୍ତମାନଙ୍କ ସମାଗମ ହୋଇଥାଏ, କିନ୍ତୁ ଚଳିତ ବର୍ଷ ପ୍ରଶାସନର କୋଭିଡ କଟକଣା କାରଣରୁ ଖାଁ ଖାଁ ଲାଗିଥିଲା।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories