ଆଡ଼େଣିଗଡ଼ ଠାରେ ପଞ୍ଚଶମ୍ଭୁ ମିଳନ, ଭକ୍ତିମୟ ପରିବେଶରେ ଉଛୁଳିଲା ଗାଁ

ଚାରିଛକ : ଶୈବ ଓ ଶକ୍ତି ର ଆରାଧନା ଦଣ୍ଡଯାତ୍ରା କ୍ଷ ଚୈତ୍ର ମାସ ରେ ଗାଁ ଗାଁ ରେ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି ଶିବ ଓ ଶକ୍ତି କ୍ଷ ଦଣ୍ଡ ଯାତ୍ରା ଓଡ଼ିଆ ସଂସ୍କୃତି ର ଏକ ଅନନ୍ୟ ପରମ୍ପରା ହୋଇଥିବା ବେଳେ ମଙ୍ଗଳବାର ଦିନ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଆଡେଣି ଗଡ଼ ଗ୍ରାମ ତେଲିସାହି ଠାରେ ପଞ୍ଚଶମ୍ଭୁ ମିଳନ ମହା ସମାରୋହରେ ପାଳିତ ହୋଇଛି କ୍ଷ ଆୟୋଜକ କମିଟି ଙ୍କ ମତ ଅନୁଯାଇ ୫ବର୍ଷ ପାଇଁ ପଞ୍ଚଶମ୍ଭୁ ମିଳନ ମାନସିକ କରିଥିଲେ ଓ ପ୍ରଭୁଙ୍କ କରୁଣାରୁ ମାନସିକ ମଧ୍ୟ ପୂରଣ ହୋଇଛି ଓ ଚଳିତ ବର୍ଷ ଚତୁର୍ଥ ପଞ୍ଚଶମ୍ଭୁ ମିଳନ କରାଯାଇଛି।

ଏହି ଚତୁର୍ଥ ବର୍ଷରେ ବୌଦ୍ଧ ଜିଲାର ଗୋଛାପଡା ବାବା ଭୁବନେଶ୍ୱର, ଲଣ୍ଡ୍ରେଜୋର ବାବା ମହେଶ୍ୱର, ସାକୁସିଙ୍ଗା ବାବା ଧବଳେଶ୍ୱର କେଳାକଟାର ବାବା ଚମ୍ପେଶ୍ୱର ଖଲିଆପାଲିର ବାବା ଗୁପ୍ତେଶ୍ୱରଙ୍କ ମହାମିଳନ ଦେଖିବାକୁ ମିଳିଥିଲା। ଏହି ମହା ମିଳନରେ ଏକ ଭକ୍ତିମୟ ପରିବେଶ ଗ୍ରାମରେ ସୃଷ୍ଟି ହୋଇଥିଲା। ଆସନ୍ତା ବର୍ଷ ମାନସିକର ଶେଷ ବର୍ଷ ହୋଇଥିବା ବେଳେ ଆୟୋଜକ କମିଟିର ସଭାପତି ପ୍ରମୋଦ କୁମାର ସାହୁ, ସମ୍ପାଦକ ଦ୍ରୋଣ ସାହୁ ସଦସ୍ୟ ଚିତ୍ତ ସାହୁ, ବିରକ୍ଷଜ ବାରିକ, କୁଶ ରଣା, ହରେକୃଷ୍ଣ ରଥ, ସହଯୋଗୀ ପୂର୍ଣ୍ଣ ଚନ୍ଦ୍ର ଭୋଇ, ଶ୍ରୀପତି ଭୋଇ, ମନମୋହନ ସାହୁ, ଶ୍ରୀକର ନାଏକ, ଦେବେନ୍ଦ୍ର ଭୋଇ ଙ୍କ ସମେତ ଗ୍ରାମବାସୀ ଏହି ମହାମିଳନରେ ସାହାଯ୍ୟ ସହଯୋଗ କରିଥିଲେ।

 

Comments are closed.