www.samajalive.in
Monday, December 8, 2025
14.1 C
Bhubaneswar

କାଲି ନହେଲେ ୨୭ରେ ଚନ୍ଦ୍ରରେ ଓହ୍ଲାଇବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ : ଆସନ୍ତାକାଲି ନହେଲେ ୨୭ରେ ଚନ୍ଦ୍ରରେ ଓହ୍ଲାଇବ ଚନ୍ଦ୍ରଯାନ-୩। ଏନେଇ ଆଜି ଇସ୍ରୋର ବରିଷ୍ଠ ବୈଜ୍ଞାନିକ ନିଲେଶ ଦେଶାଇଙ୍କ ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି ନିଦ୍ଧାରିତ ସମୟର ୨ ଘଣ୍ଟା ପୂର୍ବରୁ ନିଷ୍ପତ୍ତି ବଦଳା ଯାଇପାରେ। ଯଦି ଚନ୍ଦ୍ରର ସ୍ଥିତି ଲ୍ୟାଣ୍ଡରର ସ୍ଥିତି ଅନୁକୂଳ ନଥାଏ,ଘୁଞ୍ଚାଯାଇପାରେ। ଯଦି ସବୁ ଠିକ୍‌‌ ରହେ, ତେବେ ନିର୍ଦ୍ଧାରିତ ସମୟରେ କାଲି ଲ୍ୟାଣ୍ଡିଂ କରାଯିିବ।
ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର। ଲ୍ୟାଣ୍ଡର ୩୦ କିଲୋମିଟର ଉଚ୍ଚତାରୁ ଅବତରଣ କରିବ। ଅବତରଣ ବେଳେ ଲ୍ୟାଣ୍ଡରର ବେଗ ସେକେଣ୍ଡ ପ୍ରତି ୧.୬୮ କିମି ରହିବ। ଅବତରଣର ଦୁଇ ଘଣ୍ଟା ପୂର୍ବରୁ ଚନ୍ଦ୍ରର ସ୍ଥିତି ଅନୁଧ୍ୟାନ କରାଯିବ। ଯଦି କୌଣସି ସମସ୍ୟା ଦେଖାଯାଏ, ଚନ୍ଦ୍ରଯାନ-୩ର ଅବତରଣକୁ ସ୍ଥଗିତ କରାଯାଇପାରେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories