www.samajalive.in
Saturday, December 6, 2025
14.1 C
Bhubaneswar

ବଦଳିଲା ତାରିଖ, ଜୁଲାଇ ୧୪ରେ ‘ଚନ୍ଦ୍ରଯାନ-୩’ ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୩’ର ଉତକ୍ଷେପଣ ତାରିଖରେ ପରିବର୍ତ୍ତନ କରାଯାଇଛି। ଆସନ୍ତା ଜୁଲାଇ ୧୩ରେ ‘ଚନ୍ଦ୍ରଯାନ-୩’ର ଉତ୍‌କ୍ଷେପଣ ନେଇ ପୂର୍ବରୁ ସ୍ଥିର ହୋଇଥିବା ବେଳେ ଆଜି ଏହି ଉତ୍‌କ୍ଷେପଣ ଜୁଲାଇ ୧୪ରେ ହେବ ବୋଲି ଇସ୍ରୋ ଟ୍ୱିଟ କରି ଜଣାଇଛି। ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ ସେଣ୍ଟର ଲଞ୍ଚ୍ ପ୍ୟାଡ୍‌ରୁ ଏହାକୁ ଉତ୍‌କ୍ଷେପଣ କରାଯିବ। ପୂର୍ବରୁ ଇସ୍ରୋ ମୁଖ୍ୟ ଏସ୍.ସୋମନାଥ। ଜୁଲାଇ ୧୩ରେ ଉତ୍‌କ୍ଷେପଣ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା ପ୍ରକାଶ କରିଥିଲେ। ସେ ସୂଚନା ଦେଇଥିଲେ ଯେ ଆବଶ୍ୟକ ସ୍ଥଳେ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଏହି ମିଶନ୍‌ ଜାରି ରହିବ। ତେବେ ଆମେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସକ୍ଷମ ହେବୁ ବୋଲି ଏସ୍.ସୋମନାଥ କହିଥିଲେ।


ଅନ୍ୟପକ୍ଷରେ ଏଥିପାଇଁ ବିଭିନ୍ନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ବୁଧବାର ଶ୍ରୀହରିକୋଟା ସ୍ପେସପୋର୍ଟର ସତୀଶ ଧାୱନ ମହାକାଶ କେନ୍ଦ୍ରରେ ଚନ୍ଦ୍ରଯାନ -୩କୁ ଜିଏସଏଲ୍ଭି ମାର୍କ ୩ ଉତକ୍ଷେପଣ ଯାନ ସହ ସଂଯୋଗ କରାଯାଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା – ଇସ୍ରୋ ଏକ ଟୁଇଟ୍ ଜରିଆରେ ଏହା ଜଣାଇଛି। ଚନ୍ଦ୍ରଯାନ ୧ ଏବଂ ୨ ଭଳି ଚନ୍ଦ୍ରଯାନ -୩ ପ୍ରପୁଲସନ୍ ମଡ୍ୟୁଲ୍ ଚନ୍ଦ୍ରକୁ ପରିକ୍ରମା କରିବ। ଇସ୍ରୋ ରୋଭରକୁ ଚନ୍ଦ୍ର ପୃଷ୍ଠରେ ଧୀରେ ଧୀରେ ଖସାଇବାକୁ ଦ୍ୱିତୀୟ ଥର ପ୍ରୟାସ କରିବ। ୨୦୧୯ର ଚନ୍ଦ୍ରଯାନ -୨ ମିଶନରୁ ତ୍ରୁଟି ଜାଣିବା ପରେ ଏଥର ଚନ୍ଦ୍ରଯାନ -୩ ଅବତରଣ ସମୟରେ ସେହି ବିଷୟ ପ୍ରତି ଅଧିକ ଧ୍ୟାନ ଦିଆଯିବ।

- Advertisement -

ସୂଚନାଯୋଗ୍ୟ, ୨୦୧୯ ସେପ୍ଟେମ୍ବରରେ ‘ଚନ୍ଦ୍ରଯାନ-୨’ ଅଭିଯାନ ବିଫଳ ହୋଇଥିଲା। ଭାରତ ପାଇଁ ଏହା ଏକ ବଡ଼ ଝଟ୍‌କା ଥିଲା। ଏହାପରେ ‘ଚନ୍ଦ୍ରଯାନ-୩’ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ତେବେ ଏଥର ମିଶନ୍‌ ସଫଳ ହେବ ବୋଲି ଇସ୍ରୋ ମୁଖ୍ୟ ଆଶା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories