QNETIC – Mobile

ଜକା ଅସରଫ ହେଲେ ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପରିଚାଳନା କମିଟି ଅଧ୍ୟକ୍ଷ

ଡେସ୍କ: ଜକା ଅସରଫ ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଏହି ଦାୟିତ୍ୱରେ ଆସନ୍ତା ୪ ମାସ ପାଇଁ ରହିବେ ବୋଲି ଜଣାପଡିଛି। ନୂତନ ପରିଚାଳନା କମିଟି ଗଠନ ବିବାଦ ଏବେ କୋର୍ଟଙ୍କ ବିଚାରାଧୀନ ଥିବା ବେଳେ ନିର୍ବାଚନ ସମ୍ଭବ ହେଉନା ଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ୧୦ ଜଣିଆ ନୂଆ ପରିଚାଳନା କମିଟି ଗଠନକୁ ମଞ୍ଜୁରୀ ଦେଇଥିବା ଇଏସପିଏନ କ୍ରିକ ଇନ୍ଫୋ ପକ୍ଷରୁ ସୂଚନା ମିଳିଛି।

ପିସିବିର ପରିଚାଳନା ପାଇଁ ଗତ ଜୁନ ୨୭ରେ ନିର୍ବାଚନ ହେବାକୁ ଥିଲେ ମଧ୍ୟ ପାକିସ୍ତାନର ବିଭିନ୍ନ କୋର୍ଟରେ ଏ ନେଇ ମାମଲା ଚାଲିଥିବାରୁ ତାହା ସମ୍ଭବ ହୋଇନଥିଲା। ବଲୁଚିସ୍ତାନ ହାଇକୋର୍ଟ ପରିଚାଳନା କମିଟି ନିର୍ବାଚନ ଉପରେ ଜୁଲାଇ ୧୭ ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତି।

Comments are closed.