www.samajalive.in
Saturday, December 6, 2025
26.1 C
Bhubaneswar

ଏକକ ନାଗରିକ ସଂହିତାକୁ ବିରୋଧ; ଅଗଷ୍ଟ ୭ରେ ଭାରତ ବନ୍ଦ ଡାକରା

କେନ୍ଦୁଝରଗଡ଼: ୟୁନିଫର୍ମ ସିଭିଲ କୋର୍ଡ ବା ଏକକ ନାଗରିକ ସଂହିତାକୁ ବିରୋଧ କରି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ ସଭା ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ସୁଦର୍ଶନ ଲୋହାରଙ୍କ ନେତୃତ୍ୱରେ ପରିଷଦର ସଦସ୍ୟ ପ୍ଲାକାର୍ଡ ପରି ଏକକ ନାଗରିକ ସଂହିତା ଆଇନ କାର୍ଯ୍ୟକାରୀକୁ ବିରୋଧ କରିଥିଲେ। ଏହି ଆଇନ ପ୍ରଣୟନ କରି ଆଦିବାସୀମାନଙ୍କୁ ମିଳିଥିବା ପୃଥକ ଆଦିବାସୀ ପରିଚୟକୁ ସମାପ୍ତ କରି ସେମାନଙ୍କୁ ହିନ୍ଦୁ କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚା ଯାଉଥିବା ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି। ଆଦିବାସୀମାନଙ୍କ କଷ୍ଟମରି ଆଇନ୍‌‌, ପୃଥକ ସାମ୍ବିଧାନିକ ପରିଚୟ ଏବଂ ସମସ୍ତ ପ୍ରକାର ସାମ୍ବିଧାନିକ ଅଧିକାରକୁ ଏହି ଆଇନ ବଳରେ ସମାପ୍ତ କରାଯିବା ଲକ୍ଷ୍ୟ ରଖାଯାଇଛି ବୋଲି ପରିଷଦ ପକ୍ଷରୁ ଡାକ୍ତର ଲୋହାର କହିଛନ୍ତି। ବିକାଶ, ପରିବେଶ ଏବଂ ବନ୍ୟଜନ୍ତୁ ସୁରକ୍ଷା ନାମରେ ଆଦିବାସୀମାନଙ୍କୁ ଜଳ, ଜଙ୍ଗଲ ଏବଂ ଜମିରୁ ବିସ୍ଥାପନ କରି ସେମାନଙ୍କ ଜୀବିକା ଛଡ଼ାଇ ନେବା ଷଡ଼ଯନ୍ତ୍ର କରାଯାଉଥିବାରୁ ଏହା ବିରୋଧରେ ପରିଷଦ ପକ୍ଷରୁ ଆସନ୍ତା ଅଗଷ୍ଟ ୭ତାରିଖ ଭାରତ ବନ୍ଦ ଡାକରା ଦିଆଯାଇଛି। ଆସନ୍ତା ୧୮ ତାରିଖ ପରିଷଦ ପକ୍ଷରୁ ଏକକ ନାଗରିକ ସଂହିତା ଆଇନକୁ ବିରୋଧ କରି ତହସିଲସ୍ତରରେ ଏବଂ ୨୭ ତାରିଖ ଜିଲାସ୍ତରରେ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories