ମୋହନାର ଶିକୁଳିପଦର ଉଚ୍ଚ ବିଦ୍ୟାଳୟରେ ୫-ଟି ବିଦ୍ୟାଳୟର ସ୍ମାର୍ଟ-ବୋର୍ଡରେ ଶିକ୍ଷାଦାନ ତାଲିମ ଶିବିର ଉଦଯାପିତ

ଚାନ୍ଦିପୁଟ: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ନୋଡାଲ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଠାରେ ପଞ୍ଚମ ପର୍ଯାୟ ବ୍ଲକ ସ୍ତରୀୟ ୫-ଟି ଶିକ୍ଷା ଭିତ୍ତିକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିର ପାଞ୍ଚ ଦିନ ଧରି ଚାଲିଥିବା ବେଳେ ଗତକାଲି ପଞ୍ଚମ ପର୍ଯ୍ୟାୟ ଶେଷ ହୋଇଛି । ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ମୋହନା ବ୍ଲକ ଶିକ୍ଷାଧିକାରୀ ଦେବଦାସ ତାମରାପୁଙ୍କ ତତ୍ବାବଧାନରେ ଆୟୋଜିତ ତାଲିମ ଶିବିରରେ ରାଜ୍ୟ ସରକାରଙ୍କ ୫-ଟି ଅଧିନରେ ସାମିଲ ହୋଇଥିବା ଗଜପତି ଜିଲ୍ଲା ମୋହନା ବ୍ଲକର ମୋହନା ବ୍ଲକର ୧୮ଗୋଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ୫୬ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ତାଲିମ ନେଇଛନ୍ତି ।

ପୂର୍ବରୁ ପିଲାମାନେ କାନ୍ଥର କଳାପଟାରେ ଶିକ୍ଷାଗ୍ରହଣ କରିଆସୁଥିବା ବେଳେ ବର୍ତ୍ତମାନ ସରକାର ବିଦ୍ୟାଳୟରେ ସ୍ମାର୍ଟ ବୋର୍ଡର ସୁବିଧା ମାନ ଯୋଗାଇଛନ୍ତି । ଯାହାକୁ ନେଇ ଆଗକୁ ପାଠ୍ୟ ଖସଡା ଓ ସମସ୍ତ ଶିକ୍ଷାରେ ଏହାର ବ୍ୟବହାର ଗୁରୁତ୍ବ ବହନ କରୁଥିବା ହେତୁ ଏବେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ବତନ୍ତ୍ର ଭାବେ ତାଲିମ ଦିଆଯାଉଛି । ବିଶେଷକରି ଶିକ୍ଷାର ନେତୃତ୍ବ ବିକାଶ ଓ ଅତ୍ୟାଧୁନିକ ଜ୍ଞାନ କୌଶଳ ଭିତ୍ତିକ ତାଲିମକୁ ନେଇ ଜିଲ୍ଲାରେ ପଞ୍ଚମ ପର୍ଯ୍ୟାୟରେ ଗତ ୧୮ଜୁଲାଇ ୨୦୨୨ ତାରିଖ ଠାରୁ ୨୨ ଜୁଲାଇ ୨୦୨୨ ତାରିଖ ପର୍ଯ୍ୟନ୍ତ ୫ଦିନିଆ ତାଲିମ ଶିବର ସରକାରୀ ନୋଡାଲ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଶିକୁଳିପଦର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ଦେବଦାସ ତାମରାପୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଶୁଭାରମ୍ଭ କରିଥିଲେ ।

prayash

ବିଦ୍ୟାଳୟରେ ବ୍ୟବସ୍ଥିତ ସ୍ମାର୍ଟ କ୍ଲାସ ରୁମ, ବିଜ୍ଞାନାଗାର ଓ ଇ- ପାଠାଗାରର ସୁବିନିଯୋଗ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଭଦ୍ରା ଦେବୀ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଉଭୟ ପାରମ୍ପରିକ ଓ ଅତ୍ୟାଧୁନିକ ପଦ୍ଧତିରେ ଶିକ୍ଷାଦାନ ପ୍ରକ୍ରିୟାକୁ ସରଳ କରିବା ଏହି ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଏହି ଅବସରରେ ସ୍ବତନ୍ତ୍ର ତାଲିମ ଦାତା ଭାବେ ପି.ଶିବକୁମାର, ଓଏଲ ଦିଲ୍ଲୀପ କୁମାର, ୟାଇ ଧରମା ରାଓ, ଲିଙ୍ଗରାଜ ପାଢୀ ଯୋଗଦେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ତୁଲାଇଥିଲେ । ଏହି ତାଲିମ ବ୍ଲକର ସମସ୍ତ ୫ଟି ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ /ଶିକ୍ଷୟିତ୍ରୀ ମାନଙ୍କ ପାଇଁ ସମ୍ପ୍ରସାରିତ ହେବାର ଯୋଜନା ରହିଥିବା ତାଲିମଦାତା ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟରେ ବରିଷ୍ଠ ଶିକ୍ଷୟତ୍ରୀ ସୁନନ୍ଧା କୁମାରୀ ମହାରଣା, ଶିକ୍ଷକ ବାଳକୃଷ୍ଣ ବାଗସିଂ, ଏମ ରାଜେନ୍ଦ୍ର ଦୋରା, ଲିଙ୍ଗରାଜ ବଡମୁଣ୍ଡି, ସୁଧିର ପାଣିଗ୍ରାହୀ, ସୌମେନ୍ଦ୍ର ରଂଜନ ପ୍ରଧାନଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଅନ୍ତୀମ ଦିନରେ ତାଲିମ ନେଇଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବ୍ଲକ ଶିକ୍ଷାଧିକାରୀ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

 

 

kalyan agarbati

Comments are closed.