ଚାନ୍ଦିପୁଟ କ୍ୟାଥୋଲିକ ଚର୍ଚ୍ଚରେ ସ୍ବାସ୍ଥ୍ୟ ଶିବିର
ଚାନ୍ଦିପୁଟ: ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ସ୍ଥିତ ବହୁ ପୁରାତନ ରୋମାନ କ୍ୟାଥୋଲିକ ଚର୍ଚ୍ଚ ପରିସରରେ ମାଗଣା ସ୍ବାସ୍ଥ୍ୟ ସେବା ଓ ସଚେତନତା ଶିବର ଅନୁଷ୍ଠିତ ହୋଇଯାଇଛି। ଚାନ୍ଦିପୁଟ ପାରିସର ମୁଖ୍ୟ ଯାଜକ ଫାଦର ଦେବାନନ୍ଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀ ସ୍ଥିତ ନୟା ସବେରା ସମାଜ ସଂସ୍ଥା ନିର୍ଦେଶକ ରାଜିବ ଝା ଯୋଗଦେଇ କାର୍ଯ୍ୟକ୍ରମର ମହତ୍ୱ ଉଦେଶ୍ୟ ସହ ସ୍ବାସ୍ଥ୍ୟପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ କ୍ରସ ସଂସ୍ଥାର ନିର୍ଦେଶକ ଅଜିତ୍ କୁମାର ନାୟକ , ମାନବ ସମ୍ବଳ ଅଧିକାର ସଚେତକ ସାମାଜିକ କର୍ମୀ ୱିଲୟମ ଯୋଗଦେଇଥିଲେ।
ଏହି ଅବସରରେ ଶିକୁଳିପଦର ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରର ସନ୍ଦୀପ ଗୌଡ଼, ଅବସରପ୍ରାପ୍ତ ଫାର୍ମାସିଷ୍ଟ ଅନିରୁଦ୍ଧ ପଣ୍ଡା ଯୋଗଦେଇ ଚାନ୍ଦିପୁଟ ପାରିସ ଅଧିନରେ ଥିବା ୧୪ଟି ବିଭିନ୍ନ ଗ୍ରାମରୁ ଆସିଥିବା ରୋଗୀଙ୍କ ଚିକିତ୍ସା ପରେ ମାଗଣାରେ ଔଷଧ ବିତରଣ କରିଥିଲେ। ଦୀର୍ଘ ୨୫ବର୍ଷ ପରେ ଏହି ଭଳି କାର୍ଯ୍ୟକ୍ରମ ଚର୍ଚ୍ଚ ପରିସରରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରତିକୁଳ ପାଣିପାଗ ପରିସ୍ଥିତି ରେ ମଧ୍ୟ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସିଥିଲେ। ଆଗକୁ ଏଭଳି ଅନେକ ବିଭିନ୍ନ ଜନକଲ୍ୟାଣକାରୀରେ କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ଫାଦର ଦେବାନନ୍ଦ ନାୟକ। ଚାନ୍ଦିପୁଟ ଗ୍ରାମର ଯୁବଗୋଷ୍ଠୀ ଓ ଚର୍ଚ୍ଚ କମିଟି ବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Comments are closed.