କଟକ ଗୋପାଳପୁରରେ ଓଲଟିଲା ଯାତ୍ରୀବାହୀ ବସ୍: ଜଣେ ମୃତ, ୧୬ ଆହତ

ଭୁବନେଶ୍ବର : ଭୁବନେଶ୍ବରରୁ କଟକ ଯାଉଥିବା ସମୟରେ ଓଲଟିଲା ଯାତ୍ରୀବାହୀ ବସ୍ ‘ଚନ୍ଦନ’ । ଜାତୀୟ ରାଜପଥ ୧୬ ଗୋପାଳପୁର ଠାରେ ବସଟି ଓଲଟି ପଡିବା ଫଳରେ ଜଣଙ୍କ ମୃତ୍ୟୁ ହେବା ସହ ୧୬ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଉଛି । ବସଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ପରେ ଓଲଟି ପଡିଥିଲା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ବସଟି ଏକ ସାଇକେଲ ଆରୋହୀଙ୍କୁ ଧକ୍କା ଦେବା ପରେ ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା ।

Comments are closed.