ଶିକାରୀ ଓ କାଠ ମାଫିଆ ମୁକ୍ତ ହେବ ଚନ୍ଦକା-ଡମପଡା ଅଭୟାରଣ୍ୟ: ଆଜିଠୁ କମ୍ବିଂ ଅପରେସନ୍

ଭୁବନେଶ୍ଵର: ଶିକାରୀ ଓ କାଠ ମାଫିଆ ମୁକ୍ତ ହେବ ଚନ୍ଦକା-ଡମପଡା ଅଭୟାରଣ୍ୟ।  ଆଜିଠୁ ଅଭୟାରଣ୍ୟ ଭିତରେ ଆରମ୍ଭ ହେବ ସିଆରପିଏଫ୍ ଯବାନଙ୍କ ମିଳିତ କମ୍ବିଂ ଅପରେସନ୍। କମ୍ବିଂରେ ସାମିଲ ହୋଇଛନ୍ତି ୪୫୦ ସିଆରପିଏଫ୍ ଯବାନ।  ୧୨ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ।  ଦିନକୁ ଦିନ ଚନ୍ଦକା-ଡମପଡା ଅଭୟାରଣ୍ୟରେ ଶିକାରୀ ଓ କାଠ ମାଫିଆଙ୍କ ପ୍ରାର୍ଦୁଭାବ ବଢୁଛି। ଏଥିରେ ରୋକ ଲଗାଇବାକୁ ସିଆରପିଏଫ୍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଯଦି ଏହି ଅଭୟାରଣ୍ୟରେ କାର୍ଯ୍ୟକ୍ରମ ସଫଳ ହେବ , ତେବେ ଆଗାମୀ ଦିନରେ ସାତକୋଶିଆ ଓ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କୁ ବନ ବିଭାଗ ଚିଠି ଲେଖିବା ନେଇ ସୂଚନା ରହିଛି।

Comments are closed.