www.samajalive.in
Saturday, December 13, 2025
23.1 C
Bhubaneswar

ଚାନ୍ଦବାଲିରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କର ୯୭ତମ ଶ୍ରାଦ୍ଧ ଦିବସ ପାଳନ

ଚାନ୍ଦବାଲି: ଚାନ୍ଦବାଲିରେ “ସମାଜ ପାଠକ ମଞ୍ଚ ” ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୯୭ତମ ଶ୍ରାଦ୍ଧ ଦିବସ ପାଳନ ହୋଇଯାଇଛି। ସେବକ ଶିରୋମଣି, ସେବା ଓ ତିତିକ୍ଷାର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିକୁ ଗୁରୁବାର ସକାଳ ୯ ଘଟିକା ସମୟରେ ଚାନ୍ଦବାଲି ପୁରୁଣା ବସ୍ ଷ୍ଟାଣ୍ଡ ନିକଟରେ ଥିବା ପ୍ରତିମୂର୍ତ୍ତି ଠାରେ ସମାଜସେବୀ, ଶିକ୍ଷକ, ଆଇନଜୀବୀ, ରାଜନେତା, ସାମ୍ବାଦିକ ଓ ବୁଦ୍ଧିଜୀବୀ ଏକତ୍ର ହୋଇ ଉତ୍କଳମଣିଙ୍କ ଶ୍ରାଦ୍ଧ ଦିବସ ପାଳନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଡ଼ିଓ ସଂଜୀବ କୁମାର ମହାପାତ୍ର ଯୋଗ ଦେଇ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଉତ୍ତରୀୟ ଓ ପୁଷ୍ପମାଲ୍ୟ ଦେବା ସହ ଉତ୍କଳମଣିଙ୍କ ତ୍ୟାଗପୂର୍ଣ୍ଣ ଜୀବନୀ ବିଷୟରେ ଆଲୋଚନା କରି ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିଥିଲେ। ଏହି ଅବସରରେ ପାଠକ ମଞ୍ଚ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଭାରତ ରତ୍ନ ଉପାଧି ପ୍ରଦାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଥିଲେ। ଚାନ୍ଦବାଲି ସମାଜ ପ୍ରତିନିଧି ନିତ୍ୟ ପ୍ରକାଶ ବେହେରାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅମୁଲ୍ୟ ରାଉତ, ପ୍ରଫୁଲ୍ଲ ଦାସ, ଉପେନ୍ଦ୍ର ରାଉଳ, ପ୍ରଭାଷ ସୁଭଦର୍ଶନୀ ମହାନ୍ତି, ତାରାପଦ ମହାନ୍ତି, ଦିଲୀପ ରାଉତ, ବିଶ୍ଵନାଥ ସୁତାର, ମାଧବାନନ୍ଦ ଓଝା, ସବ୍ୟସାଚୀ ମହାନ୍ତି, ଜଗନ୍ନାଥ ରାଉତ, ବିଶ୍ଵଭୂଷଣ ରଣା, ସନ୍ତୋଷ ବାରିକ, ରାଜନାରାୟଣ ନାୟକ, ପ୍ରଶାନ୍ତ ଦାଶ,ସାଗର ସାହୁ, ପ୍ରଶାନ୍ତ ବେହେରା, କିଷାନ ପାତ୍ର, ସମ୍ବିତ ମହାନ୍ତି, ଅଭୟ ସାମଲ, ବିଶ୍ଵମୋହନ ଜେନା, କିଶୋର ଦାସ, ଶାନ୍ତି ଭୂଷଣ ବିଶ୍ୱାଳ, ସୁମନ୍ତ ପଟ୍ଟନାୟକ, ଗୌରହରୀ ବଳ, ଅଶୋକ କର ଓ ଅକ୍ଷୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ନିତ୍ୟ ପ୍ରକାଶ ବେହେରା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଶକ୍ତିଶାଳୀ ରାଜଯୋଗ.. ଏହି ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ; ବର୍ଷିବ ଧନ, କିଣିବେ ଘର,ଗାଡି..

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories