www.samajalive.in
Monday, December 15, 2025
26.1 C
Bhubaneswar

ଦେଖନ୍ତୁ: ମହାକାଶରୁ ଭିଡିଓ ପଠାଇଲେ ଶୁଭାଂଶୁ, ଏମିତି ଦିଶୁଛି ପୃଥିବୀ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ବାୟୁସେନାର ପାଇଲଟ ଶୁଭାଂଶୁ ଶୁକ୍ଳା ମହାକାଶ ଅଭିଯାନରେ ଯାଇଛନ୍ତି। ଆମେରିକୀୟ ବାଣିଜ୍ୟିକ ମହାକାଶ କମ୍ପାନୀ ‘ଅକ୍ସିଅମ୍‌’ର ଅକ୍ସିଅମ୍‌-୪ ମହାକାଶ ଯାନରେ ଶୁଭାଂଶୁ ଅନ୍ୟ ୩ ଜଣ ମହାକାଶଚାରୀଙ୍କ ସହିତ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ(ଆଇଏସଏସ) ଅଭିମୁଖେ ଉଡ଼ାଣ ଭରିଛନ୍ତି। ନାସାର କେନେଡ଼ି ସ୍ପେସ୍ ସେଣ୍ଟରରୁ ଫାଲକନ୍ ୯ ଏ ରକେଟ୍‌ ଦ୍ଵାରା ଏହି ମହକାଶ ଯାନକୁ ଲଞ୍ଚ କରାଯାଇଛି। ତେବେ ଯାତ୍ରା ସମୟରେ ଶୁଭାଂଶୁ ମହାକାଶରୁ କିଛି ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ପଠାଇଛନ୍ତି। ଯାହା ଅତ୍ୟନ୍ତ ମନ ମୁଗ୍ଧକର ହୋଇଛି।

ମହାକାଶରୁ ପୃଥିବୀ କିପରି ଦେଖାଯାଉଛି ତାହାର ଏକ ଫଟୋ ପଠାଇଛନ୍ତି ଶୁଭାଂଶୁ। ସେହିପରି ଏହି ଭିଡିଓରୁ ଦେଖିବାକୁ ମିଳିଛି ଯେ ଶୁଭାଂଶ ଅନ୍ୟ ୩ ମହାକାଶଚାରୀଙ୍କ ସହିତ ବସିଛନ୍ତି। ସେମାନେ ଏକ କଣ୍ଢେଇକୁ ବାୟୁରେ ରଖିବା ସମୟରେ ତାହା ଭାସମାନ ଅବସ୍ଥାରେ ଏପଟ ସେପଟ ହେଉଛି। ଏହି ଦୃଶ୍ୟ ବେଶ୍ ମନଲୋଭା ହୋଇଛି।

- Advertisement -

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories