www.samajalive.in
Tuesday, December 9, 2025
15.1 C
Bhubaneswar

ଶ୍ରୀଜୟଗୋପାଳ ଦେବଙ୍କ ପ୍ରସିଦ୍ଧ ଚମ୍ପକଦ୍ୱାଦଶୀ ପର୍ବ ଓ ବାଣଯାତ୍ରା ଧୁମଧାମରେ ସଂପନ୍ନ

ପିପିଲି : ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଶ୍ରୀଜୟଗୋପାଳ ଦେବଙ୍କ ପ୍ରସିଦ୍ଧ ଚମ୍ପକଦ୍ୱାଦଶୀ ପର୍ବ ଓ ବାଣଯାତ୍ରା ମହାସମାରୋହରେ ସଂପନ୍ନ ହୋଇଛି । ଏଥିପାଇଁ ତିନିଦିନ ଧରି ଗ୍ରାମ ଉତ୍ସବମୁଖର ହୋଇ ଉଠିଥିବା ବେଳେ ଶୁକ୍ରବାର ଅପରାହ୍ନରେ କାଠଚକ୍ର ବାଣଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ୧୦ ହଜାରରୁ ଉର୍ଦ୍ଧ ଜନସମାଗମ ହୋଇଥିଲା ।
ପରମ୍ପରା ଅନୁଯାଇ ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ତଥା ବୁଧବାର ରାତିରେ ପ୍ରଭୁ ଶ୍ରୀଜୟଗୋପାଳ ଦେବଙ୍କ ମନ୍ଦିର ପରିସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହ ରୁକ୍ମିଣୀଙ୍କ ବିବାହ ଉତ୍ସବ ଧୁମଧାମରେ ସଂପନ୍ନ ହୋଇଥିଲା। ଦ୍ୱାଦଶୀ ତିଥି ତଥା ଗୁରୁବାର ରାତ୍ରୀରେ ଏକ ସୁସଜ୍ଜିତ ବିମାନରେ ଜୟଗୋପାଳ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ଶ୍ରୀନୀଳକଣ୍ଠେଶ୍ୱରଦେବ ଓ ଶ୍ରୀବାଲୁଙ୍କେଶ୍ୱରଦେବଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିବା ବେଳେ ଘଣ୍ଟ,ଘଣ୍ଟା, ମୃଦଙ୍ଗ, ଢୋଲ, ମହୁରୀ ନାଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ବିଭିନ୍ନ ପ୍ରକାରର ରଙ୍ଗିନ ଆତସବାଜିରେ ଆକାଶ ରଙ୍ଗିନ ହୋଇଯାଇଥିଲା।

- Advertisement -

ପ୍ରତ୍ୟେକ ପରିବାର ପକ୍ଷରୁ ଠାକୁର ମାନଙ୍କୁ ଦ୍ୱାରିଭୋଗ ଅର୍ପଣ କରାଯିବା ପରେ ବିଳମ୍ବିତ ରାତ୍ରୀରେ ଠାକୁର ମାନଙ୍କୁ ଗ୍ରାମର ବାଣମରା ଛକ (ଦଣ୍ଡାମୁଣ୍ଡ ଛକ) ଠାରେ ଖୁଣ୍ଟି ଲାଗି କରାଯାଇଥିଲା । ତ୍ରୟୋଦଶୀ ତିଥି ତଥା ଶୁକ୍ରବାର ଅପରାହ୍ନରେ ଠାକୁର ମାନଙ୍କ ସମ୍ମୁଖରେ ପାରମ୍ପରିକ କାଠଚକ୍ର ବାଣ ପ୍ରଦର୍ଶନ କରାଯାଇଥିଲା । ବିରାଟ ଗୋଲାକାର କାଠଗଣ୍ଡିରେ ନିର୍ମିତ ଏହି ବାଣଗୁଡିକ ପ୍ରଚୁର ନିଆଁ ଓ ଧୁଆଁ ମଧ୍ୟରେ ବିରାଟ ଗର୍ଜ୍ଜନ କରି ଏକ ଲୌହଦଣ୍ଡ ଉପରେ ବୁଲିବା ଦୃଶ୍ୟକୁ ଦର୍ଶକ ମାନେ ମନଭରି ଉପଭୋଗ କରିଥିଲେ । ଏଥିରେ ମୋଟ୍‌‌ ୪୨ଟି କାଠଚକ୍ର ବାଣ ସମେତ ବିଭିନ୍ନ ପ୍ରକାର ଆତସବାଜି ପ୍ରଦର୍ଶନ କରାଯାଇଥିଲା । ବାଣ ଦୁର୍ଘଟଣାକୁ ଏଡାଇବା ପାଇଁ କାଠଚକ୍ର ବାଣ ଚତୁଃପାର୍ଶରେ ଷ୍ଟିଲ ଜାଲି ଲଗାଯାଇଥିଲା । ପିପିଲି ଅଗ୍ନିଶମ ବାହିନୀ ଓ ପିପିଲି ପୁଲିସ ସେଠାରେ ମୂତୟନ ରହିଥିବା ବେଳେ ମାଜିଷ୍ଟ୍ରେଟ୍‌‌ ଦାୟିତ୍ୱରେ ତହସିଲଦାର ପୁନମ ମହାପାତ୍ର ଉପସ୍ଥିତ ଥିଲେ । ଏହି ଯାତ୍ରାରେ ଖୋଲାଯାଇଥିବା ଶତାଧିକ ଅସ୍ଥାୟୀ ଦୋକାନରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେବାକାର୍ଯ୍ୟ କରାଯାଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories