www.samajalive.in
Saturday, December 6, 2025
14.1 C
Bhubaneswar

ପିଜ୍ଜା ଖାଉଥିଲେ ମହିଳା: ବେକରୁ ଏଭଳି ଚୋରି ହେଲା ଚେନ୍‌‌, ଭିଡ଼ିଓ ଦେଖି ତାଜୁବ୍‌‌

ସମାଜ ଡିଜିଟାଲ ଡେସ୍କ: ସୋସିଆଲ ମିଡ଼ିଆରେ ଅନେକ ପ୍ରକାର ଭିଡ଼ିଓ ଭାଇରାଲ ହେଉଥିବା ଆମେ ଦେଖିବାକୁ ମିଳିଥାଏ। ଏବେ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁଥିରେ ଏକ ଚେନ ଲୁଟେରା ଜଣେ ମହିଳାଙ୍କ ବେକରୁ ଏଭଳି ଉପାୟରେ ଚେନ ଲୁଟି ଫେରାର ହୋଇଯାଉଛି। ଏହି ଭିଡ଼ିଓଟି ହରିୟାଣାର ଏକ ରେଷ୍ଟୁରାଣ୍ଟର ବୋଲି ଜଣାପଡିବା ପରେ ଲୋକେ ସେଠାକୁ ଯିବାକୁ ଭୟ କରିଛନ୍ତି। ସିସିଟିଭିରେ ପୁରା ଘଟଣାର ଦୃଶ୍ୟ କଏଦ ହୋଇଛି।
ସୂଚନା ଅନୁସାରେ ହରିୟାଣାର ପାନିପତ ତହସିଲ କ୍ୟାମ୍ପ ରୋଡ ନିକଟରେ ଥିବା ଏକ ରେଷ୍ଟୁରାଣ୍ଟରେ ଏହି ଘଟଣା ଘଟିଛି। ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ମହିଳା ଜଣଙ୍କ ନିଜ ପରିବାର ସଦସ୍ୟଙ୍କ ସହିତ ରେଷ୍ଟୁରାଣ୍ଟରେ ପିଜ୍ଜା ଅର୍ଡର କରି ଖାଉଥିଲେ। ପିଲାଙ୍କ ସହ କଥାବାର୍ତ୍ତା ସମୟରେ ମହିଳାଙ୍କୁ ଦୀର୍ଘ ସମୟ ଧରି ଚାହିଁ ରହିଥିଲା ଚୋର ଜଣକ। ମୁଣ୍ଡରେ ହେଲମେଟ୍‌‌ ପିନ୍ଧି ଦୀର୍ଘ ସମୟ ରେଷ୍ଟୁରାଣ୍ଟରେ ଛିଡା ହୋଇ ମହିଳାଙ୍କୁ ଲକ୍ଷ୍ୟ କରିଥିଲା। ମଝିରେ ମୋବାଇଲ ଦେଖିବା ସହ ମହିଳାଙ୍କ ଉପରେ ନଜର ରଖିଥିଲା ଚୋର। ଦୀର୍ଘ ସମୟରେ ହଠାତ ମହିଳା ଜଣଙ୍କ ଖାଉଥିବା ବେଳେ ତାଙ୍କ ବେକରୁ ଚେନ ଝାମ୍ପି ନେଇ ଫେରାର ମାରିଥିଲା ଚୋର। କେହି କିଛି ବୁଝିବା ପୂର୍ବରୁ ଚୋର ଜଣକ ନିଜ କାମରେ ସଫଳ ହୋଇ ଫେରାର ହୋଇଯାଇଥିଲା।
ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଲୋକେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ଶାନ୍ତ ସ୍ୱଭାବ ଭଳି ବ୍ୟକ୍ତି ଜଣଙ୍କ ଦୀର୍ଘ ସମୟ ରେଷ୍ଟୁରାଣ୍ଟରେ ଛିଡା ହେବା ପରେ କିଭଳି ଏମିତି କାର୍ଯ୍ୟ କରି ଛୁ ମାରିଲା ତାହା ସଭିଁଙ୍କୁ ଚକିତ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories