ଚୌଦ୍ୱାର : ଓଟିଏମ୍ ହାଇସ୍କୁଲର ବାର୍ଷିକୋତ୍ସବ ଆନନ୍ଦିକା-୨୦୨୪ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ମମତା ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡ.ଉଚ୍ଛବ ଚରଣ ଦାସ, ପଣ୍ଡିତ ନିରଦ ଆର୍ଯ୍ୟ, ଗୀତିକାର ଅଜୟ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିଲା ମାନଙ୍କୁ ସୁନାଗରିକ କରି ଗଢ଼ି ତୋଲିବାକୁ ହେଲେ ବିଦ୍ୟାଳୟ ମାନଙ୍କରେ ନୈତିକ ଶିକ୍ଷା ପ୍ରଦାନର ଉପଯୋଗିତା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।
ଶିକ୍ଷକ ଜିତେନ୍ ରାଉତଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ କିଶୋର କୁମାର ମହାନ୍ତି, ମନ୍ମଥ ସାହୁ,ବିଜୟ କୁମାର ନନ୍ଦ, ଅକ୍ଷୟ ମିଶ୍ର ପ୍ରମୁଖଙ୍କୁୁ ସମ୍ବର୍ଦ୍ଧିତ କରାଯାଇଥିଲା ।ପୁରାତନ ଛାତ୍ର ଡ. ଉତ୍ତମ ଚରଣ ସାହୁ,ବିଶ୍ୱ କଲ୍ୟାଣ ଦାସ, ସଖାୱତ ଖାଁ,ଅର୍ଜୁନ ପଣ୍ଡା,ନୀଳମଣି କର,ସୁରେଶ ରାଉତରାୟ,ସୁଜିତ୍ ଦାସ,ରୀନାରାଣୀ ବଡ଼ୁଶିକ୍ଷକ ପ୍ରଫୁଲ୍ଲ କୁମାର ନାଥଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ ବିଚିତ୍ରା ପରିବେଷଣ କରାଯାଇଥିଲା ।ଶିକ୍ଷକ ରବି ନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।



