www.samajalive.in
Monday, December 15, 2025
27.1 C
Bhubaneswar

ଚାବହାର ପ୍ରକଳ୍ପରେ ସାମିଲ ହେବାକୁ ପାକିସ୍ତାନ ଓ ଚୀନକୁ ଆମନ୍ତ୍ରଣ କଲା ଇରାନ

ଇସଲାମାବାଦ : ଇରାନ ଚାବହାର ବନ୍ଦର ପ୍ରକଳ୍ପରେ ସାମିଲ ହେବାକୁ ପାକିସ୍ତାନ ଏବଂ ଚୀନଙ୍କୁ ଆମନ୍ତ୍ରଣ କରିଛି । ଗଣମାଧ୍ୟମ ଖବର ଅନୁସାରେ ୩ ଦିନିଆ ପାକିସ୍ତାନ ଗସ୍ତରେ ଥିବା ଇରାନର ବିଦେଶ ମନ୍ତ୍ରୀ ଜାଭେଦ ଜରିଫ ଇସଲାମାବାଦଠାରେ ସୋମବାର ଏହି ପ୍ରସ୍ତାବ ଦେଇଛନ୍ତି ।

ସେ କହିଛନ୍ତି ଯେ ଚାବହାର ବନ୍ଦର ପ୍ରକଳ୍ପ କାହା ଉପରେ ଚାପ ପ୍ରୟୋଗ କରିବା କିମ୍ବା ଘେରିବାକୁ କରାଯାଇନାହିଁ । ତେଣୁ ପାକିସ୍ତାନ ଓ ଚୀନକୁ ଏହି ପ୍ରକଳ୍ପରେ ସାମିଲ ହେବାକୁ ସେ ନିମନ୍ତ୍ରଣ କରିଛନ୍ତି । ଏହାସହ ଜାଭେଦ ଚୀନ- ପାକିସ୍ତାନ ଆର୍ଥିକ କରିଡ଼ର (ସିପିଇସି)ରେ ଇରାନକୁ ସାମିଲ କରିବାକୁ ନିଜର ଅଭିଳାଷ ଜାହିର କରିଛନ୍ତି ।

- Advertisement -

ପ୍ରକାଶ ଯେ ଚାବହାର ପ୍ରକଳ୍ପ ପାଇଁ ଭାରତ, ଇରାନ ଏବଂ ଆଫଗାନିସ୍ତାନ ମଧ୍ୟରେ ୨୦୧୬ରେ ରାଜିନାମା ସ୍ୱାକ୍ଷର ହୋଇଥିଲା । ଏହାଦ୍ୱାରା ପାକିସ୍ତାନ ଉପରେ ନିର୍ଭର ନକରି ଭାରତ ମଧ୍ୟପ୍ରାଚ୍ୟ ଦେଶ ସହ ବାଣିଜ୍ୟ ସମ୍ପର୍କ ରଖିପାରିବ । ଏପରିକି ଇସଲାମାବାଦ ଇନଷ୍ଟିଚ୍ୟୁଟ୍‌ ଅଫ ଷ୍ଟଡିଜ୍‌ରେ ଅଭିଭାଷଣ ଦେଇ ଜାଭେଦ କହିଥିଲେ ଯେ କେହି ବି ଇରାନ ଭୂମିକୁ ବ୍ୟବହାର କରି ପାକିସ୍ତାନକୁ କ୍ଷତି ପହଞ୍ଚାଇ ପାରିବେ ନାହିଁ ।

ଏହାସହ ସାଉଦି ଆରବ ସହ ପାକିସ୍ତାନର ଯେପରି ସମ୍ପର୍କ ଭାରତ ସହ ଇରାନର ସମ୍ପର୍କ ସେପରି ବୋଲି ଜାଭେଦ ପ୍ରକାଶ କରିଥିଲେ । ଅର୍ଥାତ ଭାରତ ସହ ଇରାନର ଦ୍ୱିପାକ୍ଷିକ ସମ୍ପର୍କ ମଜଭୁତ ରହିଥିବା ସେ ପରୋକ୍ଷରେ ଦର୍ଶାଇଥିଲେ ।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories