www.samajalive.in
Tuesday, December 9, 2025
16.1 C
Bhubaneswar

ବିଦ୍ୟୁତ ବିଲ୍ ଖିଲାପକାରୀଙ୍କୁ ୧୦ ଦିନର ମହଲତ,୧୮ ଦିନରେ ୭୨.୬୬ କୋଟି ଆଦାୟ କରିଛି ସେସୁ

ଭୁବନେଶ୍ବର: ବିଦ୍ୟୁତ ବିଲ୍ ଦେଇନଥିବା ଉପଭୋକ୍ତାଙ୍କୁ ୧୦ ଦିନର ମହଲତ ଦେଇଛି ସେସୁ। ଫେବୃଆରୀ ୧୬ ପର୍ୟ୍ୟନ୍ତ ବିଦ୍ୟୁତ ବକେୟା ବିଲ୍ ଦେଇନଥିବା‌ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବ ନାହିଁ ସେସୁ। ଗୁରୁବାର ସେସୁ ସିଇଓ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ସେସୁ ପକ୍ଷରୁ ବିଦ୍ୟୁତ ବିଲ ପୈଠ କରିନଥିବା ଖିଲାପକାରୀଙ୍କୁ ୧୦ ଦିନର ମହଲତ ଦିଆଯାଉଛି। ଏହି ସମୟ ମଧ୍ୟରେ ସେମାନେ ବକେୟା ପୈଠ କରନ୍ତୁ ନେହେଲେ ପୁଣି ବିଦ୍ୟୁତ କାଟ୍ କରାଯିବ। ସେସୁ ପକ୍ଷରୁ ୧୮ ଦିନ ଧରି ଚାଲିଥିବା ପ୍ରଥମ ପ୍ରଯ୍ୟାୟ ବକେୟା ବିଲ୍ ଆଦାୟ ପ୍ରକ୍ରିୟାରେ ମୋଟ ୭୨ କୋଟି ୬୬ ଲକ୍ଷ ଟଙ୍କା ଆଦାୟ ହୋଇଛି। ସେଥଇ ମଧ୍ୟରୁ ୭ କୋଟି ୩୩ ଲକ୍ଷ ଅନଲାଇନରେ ଆଦାୟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଅରୁଣ ବୋଥ୍ରା।

ସେ କହିଛନ୍ତି ସେସୁ ପକ୍ଷରୁ ମୋଟ ୭ ଲକ୍ଷ ୧୨ ହଜାର ୨୭୬ ଜଣ ଉପଭୋକ୍ତାଙ୍କୁ ବିଦ୍ୟୁତ ଲାଇନ କାଟ ପାଇଁ ନୋଟିସ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ଏପର୍ୟ୍ୟନ୍ତ ମାତ୍ର ୧ ଲକ୍ଷ ୬୨ ହଜାର ଉପଭୋକ୍ତାଙ୍କୁ ନିକଟରେ ସେସୁ ପହଞ୍ଚି ପାରିଛି । ପ୍ରାୟ ୨୫ ହଜାର ୫୩୧ ଜଣ ସଂପୂର୍ଣ୍ଣ ବକେୟା ପରିଶୋଧ କରିଛନ୍ତି । ୧ଲକ୍ଷ ୬୯୪ ଜଣ ଉପଭୋକ୍ତା ଇସଣ୍ଟଲମେଣ୍ଟରେ ସେମାନଙ୍କର ବକେୟା ବିଲ୍ ପୈଠ କରୁଥିବା ବେଳେ ବକେୟା ପରିଶୋଧ କରିନପାରିବାରୁ ସେସୁ ପକ୍ଷରୁ ମୋଟ ୨୧,୩୩୯ ଜଣ ଉପଭୋକ୍ତାଙ୍କ ଲାଇନ କଟାଯାଇଛି । ତେବେ ଏମାନଙ୍କ ମଧ୍ୟରୁ ୯୨୮୯ ଜଣ ଗ୍ରାହକ ନିଜର ବକେୟା ପରିଶୋଧ କରିଦେବାରୁ ସେମାନଙ୍କର ପୁନଃ ବିଜୁଳି ସଂଯୋଗ କରି ଦିଆଯାଇଛି । ଅନ୍ୟପକ୍ଷରେ ବିଲ୍ ଭୁଲ ଥିବା ଅଭିଯୋଗ ପ୍ରାୟ ୩୫୨୭୭ ଉପଭୋକ୍ତାଙ୍କଠାରୁ ମିଳିଛି । ଏହି ବିଲ୍ ଭୁଲ ବିବାଦ ଗୁଡିକର ସମାଧାନ ଫେବ୍ରୁଆରି ୧୬ ମଧ୍ୟରେ କରାଯିବ ଏବଂ ଏହା ପରେ ପୁଣି ଥରେ ବିଦ୍ୟୁତ ବକେୟା ଆଦାୟ ଏବଂ ବିଚ୍ଛିନ୍ନ କାର୍ୟ୍ୟ ଆରମ୍ଭ କରାଯିବ ବୋଲି ସେସୁ ସିଇଓ ଅରୁଣ ବ୍ରୋଥା କହିଛନ୍ତି।

- Advertisement -

ଏଠାରେ ସୂଚନାଯୋଗ୍ୟ ବର୍ଷବର୍ଷ ଧରି ବକେୟା ବିଲ୍ ବକେୟା ରହୁଥିବାରୁ ସେସୁ ପକ୍ଷରୁ ଉପଭୋକ୍ତାମାନଙ୍କୁ ଚେତାବନୀ ଦିଆଯାଇଥିଲା। ଜାନୁଆରୀ ୧୫ ଯାଏ ସେସୁ ଗ୍ରାହକ ମାନଙ୍କୁ ବକେୟା ବିଲ୍ ପୈଠ ପାଇଁ ସମୟ ଦେଇଥିଲେ ମଧ୍ୟ ବିଲ୍ ପୈଠ ନହେବାରୁ ସେସୁ ଜାନୁଆରୀ ୧୬ରୁ ବିଦ୍ୟୁତ ବିଚ୍ଛିନ୍ନ କରିବା ପକ୍ରିୟା ଆରମ୍ଭ କରାଯାଇଥିଲା। ସେସୁର ୯ଟି ଜିଲ୍ଲାରେ ୪୧୩ଟି ସ୍କ୍ଵାର୍ଡ ଏହି କାମରେ ନିୟୋଜିତ ଅଛନ୍ତି। । ପ୍ରଥମେ ବକେୟା ରଖିଥିବା କମର୍ସିଆଲ ସଂସ୍ଥାର ଲାଇନ୍ କଟାଯାଉଛି। ୨ୟ ପର୍ୟ୍ୟାୟରେ ଅଧିକ ବକେୟା ରଖିଥିବା ଘରୋଇ ଉପଭୋକ୍ତାଙ୍କୁ ଟାର୍ଗେଟ କରାଯିବ। ଏହା ସହ ବକେୟା ରଖିଥିବା ବିତ୍ତଶାଳୀ ଘରୋଇ ଉପଭୋକ୍ତାଙ୍କ ପାଳି ପଡିବ। କେବଳ ସେତିକି ନୁହେଁ ଆୟକର ଦେଉଥିବା ସତ୍ତ୍ଵେ ବିଦ୍ୟୁତ୍ ବିଲ୍ ଦେଉନଥିବା ଲୋକଙ୍କ ଲାଇନ୍ ମଧ୍ୟ କଟିବ। ୩ୟ ପର୍ୟ୍ୟାୟରେ ଅନ୍ୟ ସମସ୍ତଙ୍କର ବକେୟା ଉପଭୋକ୍ତାଙ୍କ ଲାଇନ୍ କଟିବ। ବର୍ଷବର୍ଷ ଧରି ବାକି ରଖିଥିବା ଉପଭୋକ୍ତାଙ୍କୁ ୩ୟ ପର୍ୟ୍ୟାୟରେ ଟାର୍ଗେଟ୍ କରାଯିବ ବୋଲି ସୂଚନା ମିଳିଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories