www.samajalive.in
Monday, December 15, 2025
14.1 C
Bhubaneswar

ଆଉ ୫ ବର୍ଷ ପାଇଁ ଏଲ୍‍ଟିଟିଇ ଉପରେ ନିଷେଧାଦେଶ ଜାରି କଲା ଭାରତ

ନୂଆଦିଲ୍ଲୀ : ଭାରତ ଆଉ ୫ ବର୍ଷ ପାଇଁ ଏଲ୍‍ଟିଟିଇ ଉପରେ ନିଷେଧାଦେଶ ଜାରି କରିଛି । ମଙ୍ଗଳବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ସାନି ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତିରେ କୁହାଯାଇଛି ଭାରତ ସରକାର ବେଆଇନ୍‍ କାର୍ଯ୍ୟକଳାପ ନିବାରଣ ଆଇନ୍‍ ୧୯୬୭ ଅଧୀନରେ ଲ୍‍ଟିଟିଇକୁ ବେଆଇନ ସଂଗଠନ ଭାବେ ଘୋଷଣା କରାଯାଇଛି।

୧୯୯୧ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯିବା ପରେ ଏଲ୍‍ଟିଟିଇକୁ ବେଆଇନ୍‍ ଘୋଷଣା କରାଯାଇଥିଲା। ଗେଜେଟ ବିଜ୍ଞପ୍ତିରେ କୁହାଯାଇଛି ଶ୍ରୀଲଙ୍କା ଭିତ୍ତିକ ଏଲ୍‍ଟିଟିଇ ହେଉଛି ଏକ ବେଆଇନ୍‍ ସଂଘ ଯାହାର ସମର୍ଥକ ଓ ଏଜେଣ୍ଟ ମାନେ ଭାରତରେ ମଧ୍ୟ ରହିଛନ୍ତି। ଯେଉଁମାନେକି ଶ୍ରୀଲଙ୍କାରେ ରହିଥିବା ତାମିଲ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଷ୍ଟ୍ର ଗଠନ କରିବାକୁ ସମର୍ଥନ କରୁଛନ୍ତି ।
ଏଲ୍‍ଟିଟିଇ ତଥା ଏହାର ସମର୍ଥକମାନେ ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ସେମାନଙ୍କ କାର୍ଯ୍ୟକଳାପକୁ ବେଆଇନ କାର୍ଯ୍ୟକଳାପ ଆଇନ୍‍ ପରିସର ଅଧୀନରେ ରଖାଯାଇଛି । ୨୦୦୯ ମସିହା ମେ’ ମାସରେ ଏଲ୍‍ଟିଟିଇ ସାମରିକ ପରାଜୟବରଣ କରିଥିବା ସତ୍ତ୍ବେ ଏକ ସ୍ୱତନ୍ତ୍ର ତାମିଲ ରାଷ୍ଟ୍ର ଗଠନ ପାଇଁ ଏହି ସଂଗଠନ ପକ୍ଷରୁ ୟୁରୋପରେ ପ୍ରଚାର ଓ ପାଣ୍ଠି ସଂଗ୍ରହ କାର୍ଯ୍ୟକଳାପ ଜାରି ରହିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories