ନୂଆଦିଲ୍ଲୀ: ରାମ ମନ୍ଦିର ଉଦ୍ଘାଟନ ଉପଲକ୍ଷେ ଅଧାଦିନ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଜାନୁଆରୀ ୨୨ ତାରିଖ ଦିନ ସାରା ଦେଶର ଅଧାଦିନ ଛୁଟି ରହିବ। ଅର୍ଥାତ୍ ଜାନୁଆରୀ ୨୨ ଦିନ ଅପରାହ୍ନ ୨ଟା ୩୦ ଯାଏଁ କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ୍ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ସରକାରୀ ଛୁଟି ଘୋଷଣା କରିବାକୁ କେତେକ ରାଜ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଥିଲେ।



