www.samajalive.in
Saturday, December 6, 2025
26.1 C
Bhubaneswar

ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳିତ

ଜି.ଉଦୟଗିରି: ଟିକାବାଲି ବ୍ଳକ ଅନ୍ତର୍ଗତ ଗାର୍ଦୀଙ୍ଗିଆ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ  ପ୍ରଧାନ ଶିକ୍ଷକହୃଷୀକେଶ ନାୟକଙ୍କ ଅଧ୍ୟକ୍ଷତା ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ଉଦଘାଟକ ଭାବେ ସ୍ଥାନୀୟ ସରପଞ୍ଚ ଜୀତେନ୍ଦ୍ର ମଲିକ, ସମିତି ସଭ୍ୟ ଆଲଫନ୍ ତ୍ପ୍ରଧାନ, ଡ଼ା ରାହୁଲ ତ୍ରିପାଠୀ ଓ  ଫାର୍ମାସିଷ୍ଟ ରଞ୍ଜନ ଦିଗାଲ  ଯୋଗଦେଇ ରିବନ୍ କାଟି ଉଦଘାଟନ କରିଥିଲେ। ପରେ ଅତିଥି ମାନେ  ଉପସ୍ଥିତ ରହି ଛାତ୍ର ଓ ଛାତ୍ରୀ ଦ୍ଵାରା ହୋଇଥିବା ବିଭିନ୍ନ ଷ୍ଟଲ୍ ବୁଲି ଦେଖିବା ସହ ପିଲାମାନଙ୍କୁ ପଚାରି ବୁଝିଥିଲେ। ଚଳିତ ବର୍ଷ ଉକ୍ତ କାର୍ଯ୍ୟକୁ ଓଡ଼ିଶା ସରକାରଙ୍କ ନୂଆ ଶିକ୍ଷାନୀତିରେ ୪ଟି ସ୍ତମ୍ବକୁ ନୂତନ ଭାବେ ଯୋଡ଼ି ଦେଇ ଶିକ୍ଷାର ସାମଗ୍ରିକ ବିକାଶ ନିମନ୍ତେ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ନିଶ୍ଚିନ୍ତ ଭାବେ ସ୍ବାଗତ ଯୋଗ୍ୟ ଓ ପ୍ରଶଂସନୀୟ ବୋଲି ଆଲୋଚନା  ମତ ପ୍ରକାଶ ପାଇଥିଲା। ସାହିତ୍ୟ ସୃଜନୀ, ଭାଷାର ବିକାଶ, ସୃଜନଶୀଳତା ଓ ଜିଜ୍ଞାସା ଦ୍ବାରା ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ। କାର୍ଯ୍ୟକ୍ରମକୁ ଶିକ୍ଷକ ବାସୁଦେବ ରଣା, ମଳୟ ମଞ୍ଜରୀ ମହାନ୍ତି, ପ୍ରମାଦ କୁମାର ସାମଲ ଓ ନୀଳମଣି ସାହୁ ପ୍ରମୁଖ ପରିଚାଳନା କରିଥିଲେ।

Hot this week

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

Related Articles

Popular Categories