କଟକ: କୋରୋନାର ସ୍ଥିତି ଅନୁଧ୍ୟାନ ପାଇଁ ଗୁରୁବାର କେନ୍ଦ୍ରୀୟ ଟିମ୍ କଟକ ଏସ୍ସିବି ମେଡକାଲରେ ପହଞ୍ଚିଛନ୍ତି। ଡକ୍ଟର ଶିଖା ବର୍ଦ୍ଧନ, ଡକ୍ଟର କପୁର ଚୌଧୁରୀ ଓ ଡକ୍ଟର ଅନୁରାଧା ସୁଲାନିଆଙ୍କୁ ନେଇ ଗଠିତ ଏହି ଟିମ୍ ପ୍ରଥମେ ସ୍ୱାସ୍ଥ୍ୟ ସଚିବ, ଡିଏମ୍ଇଟି ଓ ଜନସ୍ୱାସ୍ଥ୍ୟ ନିର୍ଦେଶକଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ଏହାପରେ ଟିମ୍ ଏସସିବି ଆଇସୋଲେସନ ୱାର୍ଡ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହା ସହିତ କରୋନା ମୁକାବିଲା ପ୍ରସ୍ତୁତିକୁ ତଦାରଖ କରିଛନ୍ତି।
ସୂଚନା ଅନୁସାରେ, ବର୍ତ୍ତମାନ ଏସସିବିରେ ୨ଜଣ କୋରୋନା ସନ୍ଦିଗ୍ଧଙ୍କୁ ରଖାଯାଇଛି।



