www.samajalive.in
Saturday, December 6, 2025
26.1 C
Bhubaneswar

ନିଶା ଖାଇ ରାସ୍ତାରେ ଗଡ଼ୁଥିଲେ ଏସ୍ଆଇ: ନିଲମ୍ବନ କଲେ ଏସ୍‌ପି

ବେତନଟୀ: ନିଶାସକ୍ତ ଅବସ୍ଥାରେ ରାସ୍ତାରେ ଗଡ଼ୁଥିବା ଜଣେ ପୁଲିସ୍ ଏସ୍ଆଇଙ୍କୁ ବୁଧବାର ଆରକ୍ଷୀ ଅଧୀକ୍ଷକ ନିଲମ୍ବନ କରିଛନ୍ତି। ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲା ବେତନଟୀରେ।

ସୂଚନା ଅନୁସାରେ, ବେତନଟୀ ଥାନା ଏସଆଇ ସଚ୍ଚିଦାନନ୍ଦ କିଶାନ ବୁଧବାର ଥାନା ଛକ ନିକଟ ଏକ ଦୋକାନ ଆଗରେ ନିଶାଗ୍ରସ୍ତ ହୋଇ ଗଡ଼ୁଥିଲେ। ଏନେଇ ଲୋକେ ପ୍ରତିବାଦ କରିବା ସହ ଏସଆଇଙ୍କ ଭିଡିଓ ଉତ୍ତୋଳନ କରିଥିଲେ। ଏହା ସହିତ ଏସ୍‌ପିଙ୍କୁ ମଧ୍ୟ ଖବର ଦେଇଥିଲେ। ଏହାପରେ ଜିଲା ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିଥ ପୁରୁଷୋତ୍ତୋମ ଦାସଙ୍କ ନିର୍ଦେଶକ୍ରମେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏସଆଇଙ୍କୁ ନେଇ ଯାଇଥିଲେ। ଏସଆଇଙ୍କ ମଦ ପିଇବାକୁ ନେଇ ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଓ ଖବର ଭାଇରାଲ୍ ହୋଇଥିଲା। ଏହାପରେ ଆରକ୍ଷୀ ଅଧୀକ୍ଷକ ଗତକାଲି ରାତିରେ ଏସଆଇ ସଚ୍ଚିଦାନନ୍ଦ କିଷାନଙ୍କୁ ନିଲମ୍ବନ କରିଛନ୍ତି। ଏସଆଇଙ୍କୁ ନିଲମ୍ବନ କରାଯାଇଥିବା ଏସ୍‌ପି ଟ୍ବିଟ୍ କରି ସୂଚନା ଦେଇଛନ୍ତି। ବେତନଟୀ ଅଞ୍ଚଳରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories