www.samajalive.in
Tuesday, December 9, 2025
15.1 C
Bhubaneswar

ଉପକୂଳରେ ଲୁଣାବନ୍ଧକୁ ସୁଦୃଢ଼ କରିବାକୁ ପ୍ରସ୍ତାବ

ଭୁବନେଶ୍ୱର: ବାତ୍ୟା ‘ୟସ’ ଜନିତ କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ଆସିଥିବା ଆନ୍ତ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ପ୍ରତିନିଧି ଦଳ ଆଜି ରାଜ୍ୟ ସରକାରଙ୍କ ସହିତ ଏନେଇ ଆଲୋଚନା କରିଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଗତ ଦୁଇ ଦିନ ଧରି ସେମାନେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ,କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲା ଗସ୍ତ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ।

ପରେ ମଙ୍ଗଳବାର ସ୍ୱତନ୍ତ୍ର ରିଲିଫ ଆୟୁକ୍ତ (ଏସଆରସି)ଙ୍କ ସହିତ ଅନ୍ୟ ସମସ୍ତ ବିଭାଗର ସଚିବଙ୍କ ସବିଶେଷ ଆଲୋଚନା କରିଛନ୍ତି। ସେମାନେ ପ୍ରଭାବିତ ଅଞ୍ଚଳରେ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଲୁଣାପାଣି ମାଡ଼ୁଥିବା ଉପକୂଳ ଅଞ୍ଚଳରେ ସ୍ଥାୟୀ ପ୍ରତିକାର ପାଇଁ ଲୁଣାବନ୍ଧ ଅଧିକ ମଜବୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

- Advertisement -

ଏହା ସହିତ ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ଥାୟୀ ସଡ଼କ ଓ ବାତ୍ୟା ପ୍ରତିରୋଧୀ ବିଦ୍ୟୁତ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିବା ମୁଖ୍ୟ ସଚିବ ସୂଚନା ଦେଇଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ଯେ ରାଜ୍ୟ ସରକାର ବାତ୍ୟାଜନିତ କ୍ଷୟକ୍ଷତିର ଆକଳନ କରୁଛନ୍ତି। ତିନି ଚାରି ଦିନ ମଧ୍ୟରେ ଏ ନେଇ ରିପୋର୍ଟ ପ୍ରସ୍ତୁତ ହୋଇଯିବ। ଏହାପରେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ସମୟରେ ବାତ୍ୟା ଅଞ୍ଚଳରେ ଥଇଥାନ କାର୍ଯ୍ୟ ରାଜ୍ୟ ସରକାରଙ୍କ ନିଜ ପାଣ୍ଠିରୁ ଖର୍ଚ୍ଚ ବହନ କରିବେ ବୋଲି କହିଥିଲେ। ତେବେ ରାଜ୍ୟ ସରକାର ଦୁଇଟି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛନ୍ତି। ତାହା ହେଉଛି ବାତ୍ୟା ପ୍ରତିରୋଧୀ ବିଦ୍ୟୁତକରଣ ଓ ଉଚ୍ଚ ଜୁଆର ପ୍ରତିରୋଧୀ ଉପକୂଳ ନଦୀବନ୍ଧ ବ୍ୟବସ୍ଥା।

ଏନେଇ ସ୍ଥାୟୀ ବ୍ୟବସ୍ଥା କରାଯିବାକୁ କେନ୍ଦ୍ର ନିକଟରେ ପ୍ରସ୍ତାବ ରଖାଯାଇଛି। ଏନେଇ ସବିଶେଷ ପ୍ରକଳ୍ପ ତଥ୍ୟ (ଡିପିଆର) ପ୍ରସ୍ତୁତ କରାଯାଉଛି। ଯେପରିକି ପ୍ରତିବର୍ଷ ବିଦ୍ୟୁତ ନେଟୱାର୍କ ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହେବନାହିଁ। ଏହି ବ୍ୟବସ୍ଥା ପରେ ଆଗାମୀ ଦିନରେ ବାତ୍ୟା ହେଲେ ରାଜ୍ୟରେ ବିଶେଷ କ୍ଷୟକ୍ଷତି ହେବନି ବୋଲି ଶ୍ରୀ ମହାପାତ୍ର ଆଶାବ୍ୟକ୍ତ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories