www.samajalive.in
Sunday, December 7, 2025
26.1 C
Bhubaneswar

ଓଡ଼ିଶାରେ ଖୋଲିବ ୮ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଓଡ଼ିଶାରେ ୮ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ଦେଶର ୧୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୮୫ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅର୍ଥନୈତିକ ବ୍ୟାପାର କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକ ଟିଟିଲାଗଡ଼, ପାଟଣାଗଡ଼, ଆଇଟିବିପି ଖୋର୍ଦ୍ଧା, ଆଠମଲ୍ଲିକ, କୁଚିଣ୍ଡା, କାମାଖ୍ୟାନଗର, ଜୟପୁର ଓ ତାଳଚେରଠାରେ ସ୍ଥାପନ କରାଯିବ।
ପ୍ରସ୍ତାବିତ ନୂତନ ୮୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଏବଂ କର୍ଣ୍ଣାଟକର ଶିବମୋଗା କେନ୍ଦ୍ରୀୟ ବିଦ୍ୟାଳୟ ସମ୍ପ୍ରସାରଣ ପାଇଁ ୨୦୨୫-୨୬ ଆର୍ଥିକ ବର୍ଷଠାରୁ ପରବର୍ତ୍ତୀ ଆଠବର୍ଷ ମଧ୍ୟରେ ୫୮୭୨.୦୮ କୋଟି ବ୍ୟୟ ହେବ। ଏଥିରେ ପୁଞ୍ଜି ବ୍ୟୟ ବାବଦରେ ୨୮୬୨.୭୧ କୋଟି ଏବଂ ପରିଚାଳନାଗତ ଖର୍ଚ୍ଚ ବାବଦରେ ୩୦୦୯.୩୭ କୋଟି ଅନ୍ତର୍ଭୁକ୍ତ ରହିଛି। ଏବେ ଦେଶରେ ସମୁଦାୟ ୧୨୫୬ଟି କେନ୍ଦ୍ରୀୟ ବିଦ୍ୟାଳୟରେ ୧୩.୫୬ ଲକ୍ଷ ଛାତ୍ରଛାତ୍ରୀ ପାଠ ପଢ଼଼ୁଛନ୍ତି। ବିଦେଶରେ ମସ୍କୋ, ତେହେରାନ ଓ କାଠମାଣ୍ଡୁଠାରେ ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି। ପ୍ରତ୍ୟେକ ନୂତନ କେନ୍ଦ୍ରୀୟ ବିଦ୍ୟାଳୟରେ ୯୬୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢ଼ା ସୁବିଧା ରହିବ। ଏଥିପାଇଁ ୬୩ ଜଣ ଶିକ୍ଷକ ଓ କର୍ମଚାରୀଙ୍କୁ ନିଯୁକ୍ତି ମିଳିବ। ସେହିପରି ଦେଶରେ ୨୮ଟି ନୂତନ ଜବାହର ନବୋଦୟ ବିଦ୍ୟାଳୟ ସ୍ଥାପନ ଲାଗି ୨୩୫୯.୮୨ କୋଟି ମଞ୍ଜୁର ହୋଇଛି। ଏହାଦ୍ୱାରା ଶିକ୍ଷା ଭିତ୍ତିଭୂମି ବିକାଶ ଘଟିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories